ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ଯାତ୍ରା, ନବଯୌବନ ରୁପରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀ ହରିବଳଦେବ ଜିଉ

ମୟୁରଭଞ୍ଜ : ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ଯାତ୍ରା । ଶ୍ରୀ ଶ୍ରୀ ହରିବଳଦେବ ଜୀଉ ନବଯୌବନ ରୁପରେ ଭକ୍ତଗଣଙ୍କୁ ଦର୍ଶନ ଦେଇଛନ୍ତି । ନିତୀ ନିର୍ଘଣ୍ଟ ମୁତାବକ ଆଜି ଚତୁର୍ଦ୍ଧାମୁର୍ତ୍ତି ରୁପାବେଶରେ ନବଯୌବନ ରୁପ ଧାରଣ କରିଛନ୍ତି । ପ୍ରାତ 5.30 ମିନିଟ ସମୟରେ ଚତୁର୍ଦ୍ଧାମୁର୍ତ୍ତୀଙ୍କ ନେତ୍ରଲାଗି ପରେ 8 ଟା ରୁ ଆରମ୍ଭ ହୋଇଥିଲା ପ୍ରତିଷ୍ଠା ଓ ନେତ୍ରୋତ୍ସବ ପୂଜା ।

ଅପରାହ୍ନ 2 ଟା ପର୍ଯ୍ୟନ୍ତ ନେତ୍ରୋତ୍ସବ ପୂଜା ଚାଲିବା ପରେ ଅପରାହ୍ନ 3 ଟା ସମୟରେ ଆରମ୍ଭ ହେବ ଅବକାଶ, ନେତବନ୍ଧନ ଓ ଶ୍ରୀ ଜଗନ୍ନାଥଙ୍କର ଦକ୍ଷିଣାୟନ ବନ୍ଦାପନା ପୂଜା ହୋଇଛି । ଆଜିି ପୁରୀରେ ରଥଯାତ୍ରା ହୋଇଥିବା ବେଳେ ପରମ୍ପରା ମୁତାବକ ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ସେହିଦିନ ତିନି ଠାକୁର ରଥାରୁଢ ହୋଇ ଦର୍ଶନ ଦେଇଥାନ୍ତି ଶ୍ରଦ୍ଧାଳୁଙ୍କୁ । ପରମ୍ପରା ମୁତାବକ ଆଜି ନବଯୌବନ ବେଶ ଓ ପହଣ୍ଡି ଗୋଟିଏ ଦିନରେ ପଡୁଥିବାରୁ କଳସ ଓ ରଥପ୍ରତିଷ୍ଠା ନିତୀ ନିର୍ଘଣ୍ଟ ହୋଇଥିବା ବେଳେ ଅଧିଷ୍ଠାତ୍ରି ଦେବୀ ମା’ ଅମ୍ୱିକାଙ୍କ ଦାସୀର ରଥ ପ୍ରଦକ୍ଷିଣ ଅମ୍ୱିକାଙ୍କ ଦାସୀର ରଥ ପ୍ରଦକ୍ଷିଣ ଏବଂ ଅପରାହ୍ନ 3 ଟାରେ ରହିଛି ଚକଛଡା । ତହିଁପରେ ଛେରାପହଁରା ଏବଂ ଅପରାହ୍ନ 4 ଟାରେ ମହାପ୍ରଭୁମାନଙ୍କ ପହଣ୍ଡିବିଜେ ନୀତି ଅନୁଷ୍ଠିତ ହେବ ।

You might also like