ସାଇଲେନ୍ସରରେ ଡାଳ ଲାଗି ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଚାଳକ
ଅନୁଗୁଳ(କେ ନ୍ୟୁଜ): କାର୍ ସାଇଲେନ୍ସରରେ ଡାଳ ଲାଗି ଜଳିଗଲା କାର୍। ଅଳ୍ପକେ ବର୍ତ୍ତିଗଲା ଚାଳକଙ୍କ ଜୀବନ। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବନାମୀରା ଗାଁରେ ଘଟିଛି ଏଭଳି ଏକ ଅଘଟଣ । କାର୍ଟି ଖିଣ୍ଡାରୁ ବନ୍ତଳା ଅଭିମୂଖେ ଯାଉଥିବା ବେଳେ ଏକ ଡାଳ କାର୍ ସାଇଲେନ୍ସରେ
ଲାଗିଯାଇ ଥିଲା। ପରେ ଏହା ଯୋଗୁଁ କାର୍ରେ ନିଆଁ ଯାଇଥିଲା । ନିଆଁ ଦେଖି ସ୍ଥାନୀୟ ଲୋକେ କାରକୁ ଅଟକାଇବା ପରେ ଚାଳକ କୌଶଳକ୍ରମେ ସେଠାରୁ ବାହାରିଥିଲେ। ଆଖ ପାଖର ଲୋକେ ନିଆଁକୁ ଆୟତ୍ତ କରି ନେଇଥିବରୁ ଏକ ବଡ ଧରଣର ଅଘଟଣ ଟଳି ଯାଇଥିଲା ।