ଠିଆ ହୋଇଥିବା ସ୍ୱର୍ଗରଥ ଗାଡିକୁ ପିଟିଲା କାର୍: ଜଣେ ଗୁରୁତର, ୩ ଆହତ

ପିପିଲି(କେନ୍ଯୁଜ୍): କଟକରୁ ଶବ ନେଇ ପୁରୀ ସ୍ୱର୍ଗଦ୍ୱାର ଯାଉଥିବା ବେଳେ ଭୁବନେଶ୍ୱର-ପୁରୀ ଜାତୀୟପଥ ପିପିଲି ଓଭରବ୍ରିଜ ନିକଟ ଷଣ୍ଢଭଟ ଠାରେ ସ୍ୱର୍ଗରଥ ଗାଡିକୁ ପିଟିଲା କାର୍। ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ, ଅନ୍ଯ ଜଣେ ସାମାନ୍ଯ ଆହାତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବାଲନ୍ସ ଯୋଗେ ଗୁରୁତରଙ୍କୁ ପ୍ରଥମେ ପିପିଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଗୁରୁତର ବ୍ୟକ୍ତି ଜଣକ କଟକ ମହାନଦୀ ବିହାର ଅଂଚଳର କେଦାର ବାରିକ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.