ସାତପଡ଼ା ରେବଣା ନୂଆଗାଁରେ ସଂକୀର୍ତ୍ତନ ଦଳ ଉପରେ ମାଡ଼ିଗଲା କାର: ଜଣେ ମୃତ ଓ ୬ ଆହତ

ବ୍ରହ୍ମଗିରି(କେନ୍ୟୁଜ୍): ସଂକୀର୍ତ୍ତନ ଦଳ ଉପରେ ମାଡ଼ିଗଲା କାର। ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ପୁରୀ ସାତପଡ଼ା ରାସ୍ତାର ରେବଣା ନୂଆଗାଁ ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଗାଁରେ ସଂକୀର୍ତ୍ତନ କରୁଥିବା ବେଳେ ଦ୍ରୁତ ବେଗରେ ଏକ କାର ଆସି ସଂକୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ି ଯାଇଥିଲା।
ଦୁର୍ଘଟଣା ଘଟାଇ କାରଟି ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ୬ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ରେବଣା ନୂଆଗାଁର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ କାର୍ ଡ୍ରାଇଭର ଓ ମାଲିକଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେଇଛନ୍ତି। ଘଟଣା ସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ତଦନ୍ତ ଅରମ୍ଭ କରିଛି।