ନୟାଗଡ଼ : ଟ୍ରକ୍‌କୁ ପଛରେ ପିଟିଲା କାର୍‌, ୮ ଗୁରୁତର; ଚିକିତ୍ସାଳୟରେ ଭର୍ତ୍ତି

ନୟାଗଡ଼ (କେନ୍ୟୁଜ): ସୋନପୁର ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିବା ଏକ ସ୍ୱିଫ୍ଟ ଡିଜାର କାର ଟ୍ରକ ପଛପଟୁ ଧକା ଦେବା ପରେ ଗଲଟିଏ ପରିବାରର ୮ ଜଣ ବ୍ୟକ୍ତି ଗୁରୁତର ଅଛନ୍ତି ।

ସୂଚନା ଅନୁସାରେ, ହରିବନ୍ଧୁ ମେହେର ତାଙ୍କ ସ୍ତ୍ରୀ ଏବଂ ପିଲା ମାନଙ୍କୁ ନେଇ ଏକ କାର ଯୋଗେ ସୁନପୁରରୁ ପୁରୀ ଯାଉଥିଲେ । ନୂଆଗାଁ ଥାନା ସୋରଡା ନିକଟରେ ଟ୍ରକ ପଛ ପଟୁ ଧକା ଦେଇଥିଲା । ଘଟଣା ସ୍ଥଳରେ ସମସ୍ତେ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା ରେ ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଚାରିଗୋଟି 108 ଆମ୍ବୁଲାନ୍ସ ସହାୟତା ରେ ସମସ୍ତଙ୍କୁ ହସ୍ପିଟାଲ କୁ ନିଆଯାଇଛି ।

 

 

 

Leave A Reply

Your email address will not be published.