ଲମତାପୁଟ : ମହିଳାଙ୍କୁ ଧକ୍କା ଦେଇ ଜମି ଭିତର ଖସି ଓଲଟିଲା କାର । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗୁନେଇପଡ଼ା ନିକଟ ଟିକାଶିମିଳି ଗାଁ ନିକଟରେ ଏକ କାର ମାଛକୁଣ୍ଡ ରୁ ଜୟପୁର ଯାଉଥିଲା । ସେହି ସମୟରେ ଟିକା ଶିମିଳିଗାଁ ନିକଟରେ ରାଇ ବଡ଼ନାୟକ ନାମକ ମହିଳା ଜଣଙ୍କ ନିଜ ଚାଷ ଜମିକୁ ମାଣ୍ଡିଆ ଚାରା ଧରି ଯାଉଥିଲେ । ହେଲେ ମହିଳା ଜଣଙ୍କୁ ଧକ୍କା ଦେଇ ରାସ୍ତା କଡରେ ଥିବା ଚାଷ ଜମିରେ ପ୍ରାୟ ୧୦ ଫୁଟ ତଳକୁ ଖସିପଡ଼ି ଥିଲା । ଫଳରେ କାରଟି ଓଲଟି ପଡ଼ିଥିଲା । ଏଥିରେ କାରରେ ଥିବା ତିନି ଜଣଙ୍କୁ କିଛି ଆଘାତ ଲାଗି ନଥିଲା । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ମାଛକୁଣ୍ଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Also read : ନକଲି ଚାବିରେ ଟ୍ରେଲର ଚୋରି, ୪ ଗିରଫ