ସାରୁଅ ବାଘମାରୀ ମଝିରେ ଥିବା ବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଗଲେ ତିନି ବନ କର୍ମଚାରୀ

ବେଗୁନିଆ (କେନ୍ୟୁଜ୍): ବେଗୁନିଆ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ସାରୁଅ ବାଘମାରୀ ମଝିରେ ଥିବା ବ୍ରିଜ ନିକଟରେ ଭାରସାମ୍ୟ ହରାଇ କୋଡିଏ ଫୁଟ ତଳକୁ ଖସିଲା କାର । ଅଳ୍ପକେ ବର୍ତ୍ତିଗଲେ ତିନି ବନ କର୍ମଚାରୀ ।

ଆଜି ସକାଳୁ ସକାଳୁ ଖୋର୍ଦ୍ଧା ତରତୁଆ ବନପାଳ ମାନସ ରଞ୍ଜନ ଜେନା ତାଙ୍କର କିଛି ସାଥି କର୍ମଚାରୀଙ୍କ ସହିତ ନିଜ ପର୍ସନାଲ ଗାଡିରେ ଏକ ବିବାହ ଭୋଜି ସାରି ଫେରୁଥିବା ବେଳେ ଡ୍ରାଇଭର ଆଖି ଲାଗିଯିବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ପ୍ରାୟ କୋଡିଏ ଫୁଟ ତଳକୁ ଖସି ପଡିଛି।  ତେବେ ଏଥିରେ କାହାର କିଛି ହୋଇ ନ ଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବାଘମାରୀ ପୋଲିସ ଘଟଣା ସ୍ଥଳରେ ଆସି ବନ କର୍ମଚାରୀଙ୍କୁ ଉଦ୍ଧାର ସହିତ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.