ଭାରସାମ୍ୟ ହରାଇ ପୋଖରୀରେ ପଶିଲା କାର, ୨ ମୃତ

ଗୋପ: ଦେଇପାରିଲେନି ପରୀକ୍ଷା, ଚାଲିଗଲା ଜୀବନ । ପୋଖରୀରେ ପଶିଲା କାର, ୨ ମୃତ । ନିମାପଡ଼ା ରାସ୍ତାର ଜୁଣେଇ ଶଙ୍ଖ ଛକ ନିକଟରେ ଅଘଟଣ ଘଟିଛି ।

ଗତକାଲି ବିଳମ୍ବିତ ରାତିରେ ଏକ କାର କୋଣାର୍କରୁ ନିମାପଡ଼ା ଯାଉଥିବାବେଳେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କାର ଭିତରକୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଜଣଙ୍କ ଚିକିତ୍ସା ଚାଲିଛି । ମୃତକ ଦୁଇ ଜଣ ହେଲେ ନିମାପଡ଼ା ଗୁହାଳପଡ଼ାର ସନ୍ଦୀପ ମହାପାତ୍ର ଓ ଜଳେଶ୍ୱରର ସନାତନ ସେନାପତି । ଆଜି ସନ୍ଦୀପ ଓ ସନାତନ LAW ପରୀକ୍ଷା ଦେଇଥାନ୍ତେ ।

You might also like