ମାଡିଗଲା କାର୍: ୨ କାଉଡିଆଙ୍କ ମୃତ୍ୟୁ, ୧୦ରୁ ଅଧିକ ଆହତ
ଅଶୁଭ ସୋମବାର । କାଉଡିଆଙ୍କ ଉପରେ ମାଡିଗଲା କାର୍ । ଦୁର୍ଘଟଣାରେ ଦୁଇ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଛି । ଆଉ ୧୦ରୁ ଅଧିକ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଜିପୁଟ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଭଞ୍ଜନଗର(କେନ୍ୟୁଜ୍): ଅଶୁଭ ସୋମବାର । କାଉଡିଆଙ୍କ ଉପରେ ମାଡିଗଲା କାର୍ । ଦୁର୍ଘଟଣାରେ ଦୁଇ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଛି । ଆଉ ୧୦ରୁ ଅଧିକ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଜିପୁଟ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।
ଆହତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଆସିକାରୁ ଅରଖପୁର ଜଳଲାଗି ପାଇଁ ଯାଉଥିବାବେଳେ ଭେଜିପୁଟ ନିକଟରେ ସେମାନଂକ ଉପରେ ଏକ କାର ମାଡି ଯାଇଥିଲା।