କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍, ଘଟଣାସ୍ଥଳରେ ଜଣେ ମୃତ

କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଅଫିସ ଛକରେ କାଉଡିଆ ଉପରେ କାର ମାଡିଗଲା । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଦୁଇ ଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଜଣଙ୍କର ମୃତ୍ୟୁ ହୋଇଛି । ପାଖାପାଖି ୩ ଜଣ ଆହତ ହୋଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।
ଘଟଣା ରୁ ପକାଶ ଯେ ଜିଗୀନପୁର ବସୁପଦା ଗ୍ରାମରୁ ପ୍ରାୟ ୩୭ ଜଣ କାଉଡିଆ ପାଣି ଉଠାଇ ନିଜ ଗ୍ରାମର ସିଧେଶ୍ୱର ମହାଦେବ ପାଖରେ ଜଳ ଲାଗି କରିବା ପାଇଁ ଯିବା ସମୟରେ ନିଶ୍ଚିନ୍ତକୋଇଲି ତହସିଲ ଛକରେ ଛିଡା ହୋଇଥିଲେ । ଏହି ସମୟରେ ଅପର ପଟୁ ଏକ କାର ଦ୍ରୁତ ଗତିରେ ମାଡ଼ି ଆସି ସେମାନଙ୍କୁ ଧକ୍କା ଦେଇଥିଲା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଘଟଣା ଘଟିବା ପରେ ପୋଲିସ ସହାୟତାରେ ଗୁରୁତର ଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ପରିବାର ଠାରୁ ଆରମ୍ଭ କରି ଗ୍ରାମ ଲୋକଙ୍କ ପର୍ଯ୍ୟନ୍ତ ଭିଡ଼ ଲାଗିବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।