କାରରେ ନୀଳଜହର : ଜୟପୁରରୁ ୧୨୧ କେଜି ଗଞ୍ଜେଇ ଜବତ କରିଛି ପୋଲିସ

କୋରାପୁଟ : ଆଜି ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ । ୧୨୧ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହି ଗଞ୍ଜେଇ ଚୋରା ଚାଲାଣର ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ ବାଘକୁ ଗିରଫ କରିଛି ପୋଲିସ । ଏକ ନମ୍ବର ନଥିବା ନୂଆ କାରରେ କାର୍ତ୍ତିକ ଜୟପୁରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲା । କୋରାପୁଟ ବାଟମଙ୍ଗଳା ଛକଠାରେ ପୋଲିସ ସଂପୃକ୍ତ କାରକୁ ଜବତ କରିଥିଲା । କାର୍ତ୍ତିକ ମଣ୍ଡଳଙ୍କ ଜାମିନ୍ ନାମଞ୍ଜୁର ହେବାରୁ କୋରାପୁଟ ଜେଲକୁ ପଠାଇ ଦିଆଯାଇଛି । କାର୍ତ୍ତିକ ହେଉଛି ରାଜ୍ୟର ସବୁଠୁ ବଡ଼ କୁଖ୍ୟାତ ଗଞ୍ଜେଇ ମାଫିଆ । ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସେ ରାଜ୍ୟ ଭିତରୁ ଉତ୍ତର ପ୍ରଦେଶ, ଦିଲ୍ଲୀ, ହିମାଚଳ ପ୍ରଦେଶ, ମହରାଷ୍ଟ୍ର, ଛତିଶଗଡ଼ ଆଦି ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲା। ଓଡ଼ିଶାର ଦକ୍ଷିଣାଞ୍ଚଳରେ ତାର ମାଫିଆ ସାମ୍ରାଜ୍ୟ ବିସ୍ତାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.