ମୟୁରଭଞ୍ଜ: ବଡ଼ ଅଘଟଣରୁ ବର୍ତ୍ତିଲେ ଲୋକେ, ଅକସ୍ମାତ ଜଳି ଉଠିଲା କାର୍

ମୟୁରଭଞ୍ଜ(କେନ୍ୟୁଜ୍):  ଉପରେ ଥିଲା ବିଦ୍ୟୁତ ତାର । ହୁତୁ ହୁତୁ ହୋଇ ଜଳିଗଲା କାର୍।  ଲୋକଙ୍କ ଉପସ୍ଥିତି ବୁଦ୍ଧି ଲାଗି ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ସ୍ଥାନୀୟ ଲୋକେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ଲାଗିଥିବା ନିଆଁକୁ ଆୟତ୍ତ କରିଛି । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ଜଗନ୍ନାଥ ମନ୍ଦିର ନିକଟରେ ଘଟିଛି ଏପରି ଘଟଣା। ଖବର ଅନୁଯାୟୀ ବାରିପଦା ସହର ଜଗନ୍ନାଥ ମନ୍ଦିର ଠାରୁ ମଧୁବନ ଗ୍ୟାରେଜ ଛକ ଯିବା ରାସ୍ତାରେ ଗୋଟେ କାରରେ ଆଜି ଭୋର୍ ପାଖା ପାଖି ୫.୩୦ ସମୟରେ ଏକ କାରରେ ନିଆଁ ଲାଗିଥିଲା । ସତ୍ୟଜିତ ପୃଷ୍ଟି ନାମକ ଏକ ଯୁବକ ସେହି ବାଟଦେଇ ମର୍ଣ୍ଣିଂୱାକ୍ କରିବାକୁ ଯିବା ସମୟରେ ଏହି ଦୃଶ୍ୟ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

burning car 1

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି କାରଟି କାହାର ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଜଣାପଡିନାହିଁ । ତେବେ କାହାର କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେପଟେ ଗାଡ଼ି ଉପରେ ଦେଇ ଯାଇଥିବା ବିଦ୍ୟୁତ ତାରରେ ନିଆଁ ଲାଗିଥିଲେ ଏକ ବଡ ଧରଣର ବିପଦ ହୋଇଥାନ୍ତି ଯାହାକୁ ଏଡାଇ ଦେଇଛନ୍ତି ଅଗ୍ନିଶମ ବାହିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.