ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ବରରେ କାରକେଡ୍ ରିହରସଲ୍

ଭୁବନେଶ୍ବର : କାଲିଠୁ ଭୁବନେଶ୍ବରରେ ଡିଜିପି ସମ୍ମିଳନୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାରକେଡ୍ ରିହରସଲ୍ । ସୁରକ୍ଷା ଦୃଷ୍ଟି କୋଣରୁ କମିଶନରରେଟ ପୋଲିସ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ କାରକେଡ୍ ରିହରସଲ୍ କରିଛି । ଡିଜିପି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଏଥିପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରଯାଇଛି ।

ଆସନ୍ତାକଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ।  4:20 ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ପ୍ରଧାନମନ୍ତ୍ରୀ ।  ଏହାପରେ 4:30 ରେ ବିମାନବନ୍ଦର ପାଖରେ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି  ।  ସଭା ଶେଷ ପରେ ପ୍ରଧାନମନ୍ତ୍ରୀ ସିଧାସଳଖ ରାଜଭବନ ଯିବେ  ।  ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତି ରାସ୍ତାର ଉଭୟ ପାର୍ଶରେ ଜନତା ଉପସ୍ଥିତ ରହିବେ ।

6:30 ରେ ରାଜଭବନରୁ ରାଜ୍ୟ କାଯ୍ୟଳୟରେ ଆସିବେ ।  ରାଜ୍ୟ କାଯ୍ୟଳୟରେ 2 ଘଣ୍ଟା ପର୍ଯନ୍ତ ସାଂସଦ, ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ କାଯ୍ୟକର୍ତାଙ୍କ ସହ ଆଲୋଚନା କରିବେ । ଏହାପରେ ପୁନର୍ବାର ରାଜଭବନ ଫେରିଯିବେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଯେତେବେଳେ ବିଜେପି ସରକାର ନଥିଲା ସେତେବେଳେ ମଧ୍ୟ ଓଡିଶାକୁ ବିକାଶ କରୁଥିଲେ କେନ୍ଦ୍ର ସରକାର । ଏବେ ଯେହେତୁ ରାଜ୍ୟରେ ମଧ୍ୟ ବିଜେପି ସରକାର ଆସିଛି ଯେତେ ରାଜ୍ୟର ଅଧିକ ବିକାଶଶିଳ କରିବା ପାଇଁ ଫୋକସ କରାଯାଉଛି । ଏହାସହ ରାଜ୍ୟ ସରକାରଙ୍କ ଅନେକ ଜନହିତକରି ଯୋଜନା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା  କରିବେ ।

 

You might also like