ଆସନ୍ତାକାଲି ନୌ ସେନା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ଆଜି ପୁରୀରେ ସରିଲା କାରକେଡ ରିହରସାଲ

ପୁରୀ : ପୁରୀ ବ୍ଲୁ ଫ୍ଲାଗ ବିଚରେ ଆସନ୍ତାକାଲି ଭାରତୀୟ ନୌ ସେନା ପକ୍ଷରୁ ନୌ ସେନା ଦିବସ ପାଳନ ସହ operational demonstration କରାଯିବ । ଏହି କାର୍ଯ୍ୟକ୍ରମରେ commanding in chief armed forces ମହାମହିମ ରାଷ୍ଟ୍ରପତି ଯୋଗ ଦେବେ। କାଲି ସକାଳ ୧୦ଟା ୧୫ରୁ ୧୦ଟା ୪୦ ମଧ୍ୟରେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ।

ପୂର୍ବାହ୍ନ ୧୧ଟାରେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ ହେବେ। ପରେ ଅପରାହ୍ନ ୩ଟା ୫୫ରେ ନୌସେନାର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସମେତ ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ପୁରୀରେ କାରକେଡ ରିହରସାଲ କରାଯାଇଛି।

ଆଜି ସମଙ୍ଗ ଅସ୍ଥାୟୀ ହେଲିପ୍ୟାଡ଼ରୁ ୧୮ଟି ଗାଡି କାରକେଡ ରିହରସାଲ କରିଥିଲେ । ଏହି କାରକେଡ ସମଙ୍ଗ ଅସ୍ଥାୟୀ ହେଲିପ୍ୟାଡ଼ରୁ ବାହାରି ମଙ୍ଗଳାଘାଟ, ଶ୍ରୀଜଗନ୍ନାଥ ବଲ୍ଲଭ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର,ଶ୍ରୀମାର୍ଗ ଦେଇ ଦୋଳବେଦୀ କୋଣରେ ପହଞ୍ଚିଥିଲା। ଡ଼ିଆଇଜି ଚରଣ ସିଂହ ମୀନା ଓ ଏସପି ବିନୀତ ଅଗ୍ରୱାଲ ଏହି କାରକେଡ ରିହରସାଲରେ ଉପସ୍ଥିତ ଥିଲେ। ଆସନ୍ତା କାଲି ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ଆଡ଼ଭାଇଜରି ଜାରୀ କରାଯାଇଛି।