ହିନ୍ଦୋଳରେ ଭିନ୍ନ ଭିନ୍ନ ଜାଗାରେ ଗାଡିରେ ଲାଗିଲା ନିଆଁ, ଜଳିପୋଡି ପାଉଁଶ ହୋଇଗଲା କାର ଓ ବାଇକ୍

ହିନ୍ଦୋଳରେ ଭିନ୍ନ ଭିନ୍ନ ଜାଗାରେ କାର,ବାଇକ, ଏବଂ ସ୍କୁଟି ପୋଡିଯାଇ ଥିବାର ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ହୋଟେଲ ବ୍ରାଇଟ ସାମ୍ନାରେ ଏକ ସ୍କୁଟି ଛିଡ଼ା ହୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । କେହି କିଛି ଭାବିବା ପୂର୍ବରୁ ସ୍କୁଟିଟି ପୋଡ଼ି ପାଉଁଶ ହୋଇ ଯାଇଥିଲା ।

ହିନ୍ଦୋଳ (କେନ୍ୟୁଜ): ହୁତୁ ହୁତୁ ହୋଇ ଜଳିଗଲା ସ୍କୁଟି, କାର ଓ ବାଇକ। ହିନ୍ଦୋଳରେ ଭିନ୍ନ ଭିନ୍ନ ଜାଗାରେ କାର,ବାଇକ, ଏବଂ ସ୍କୁଟି ପୋଡିଯାଇ ଥିବାର ଦେଖିବାକୁ ମିଳିଛି।
ଗତକାଲି ଅପରାହ୍ନରେ ହୋଟେଲ ବ୍ରାଇଟ ସାମ୍ନାରେ ଏକ ସ୍କୁଟି ଛିଡ଼ା ହୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । କେହି କିଛି ଭାବିବା ପୂର୍ବରୁ ସ୍କୁଟିଟି ପୋଡ଼ି ପାଉଁଶ ହୋଇ ଯାଇଥିଲା । ରାସୋଳ ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ସେହିପରି ରାସୋଳ ଥାନା ଜରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ
ଛୋଟାପଡା ଗାଁର ଜଗବନ୍ଧୁ ପାଳଙ୍କ ଏକ ସୁଇପ୍ଟ କାର ଏବଂ ବାଇକ ଜଳିପୋଡି ପାଉଁଶ ହୋଇଯାଇଥିବାର ଦେଖିବାକୁ ମିଳିଛି । ସୁଚନା ଅନୁଯାୟୀ ଜଗବନ୍ଧୁ ପାଳ ରାତିରେ ଘରକୁ ଫେରି କାର ରଖି ଶୋଇଥିଲେ । ବିଳମ୍ବିତ ରାତିରେ କାରରେ ନିଆଁ ଲାଗିଯାଇଥିଲା । କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। କାର ପାଖରେ ଥିବା ଏକ ବାଇକରେ ମଧ୍ୟ ନିଆଁ ଲାଗିଯାଇଥିଲା ।

You might also like