ଲଗାଣ ବର୍ଷାରେ ଭାସିଗଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ

ସୁନ୍ଦରଗଡ : ଲଗାଣ ବର୍ଷାରେ ଭାସିଗଲା କାର । ଅଳ୍ପକେ ବର୍ତ୍ତିଲେ ଚାଳକ । ଗତକାଲି ଠାରୁ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଜିଲ୍ଲାର ସଦର ଥାନା ରସରାଜପୁର-ଦେଓଗାଁ ରାସ୍ତା ଝଙ୍କରା ନିକଟରେ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିଲା ।

ଏହି ସମୟରେ ସୁନ୍ଦରଗଡ଼ ପଟରୁ ଏକ କାର ସେହି ରାସ୍ତା ଦେଇ ପୋଲ ଅତିକ୍ରମ କରୁଥିବା ବେଳେ କାରଟି ଭାସି ଯାଇଥିଲା । ପାଣିର ପ୍ରଖର ସ୍ରୋତରେ ରାସ୍ତା ଠାରୁ ପ୍ରାୟ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଭାସି ଯାଇଥିଲା କାର । ଚାଳକ କୌଣସିମତେ ବାହାରି ଯାଇଥିଲେ ସୁଦ୍ଧା କାରଟି ବୁଡ଼ି ଯାଇଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ଯମରେ କାରଟିକୁ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like