ପୋଲିସ୍ ଉପରେ ଆକ୍ରମଣ ଘଟଣା: ୧୫ ଜଣଙ୍କ ବିରୋଧରେ ମୋକଦ୍ଦମା, ୭ ମହିଳା ଗିରଫ

ଯାଜପୁର (କେନ୍ୟୁଜ୍):ଚୋରି ମାମଲାରେ ଚଢ଼ାଉ ବେଳେ ପୋଲିସ ଉପରେ ଆକ୍ରମଣ । ଆକ୍ରମଣରେ ୪ ପୋଲିସ ଆହତ । ଯାଜପୁର ଜିଲ୍ଲା ବୈରୀ ଥାନା ଅଞ୍ଚଳର ଏକ ଗାଡି ଚୋରି ଘଟଣାର ତଦନ୍ତ କରିବାକୁ ଆସି ଆକ୍ରମଣର ଶିକାର ହୋଇଥିଲେ ପୋଲିସ । ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ସଦର ଥାନା ବ୍ରାହ୍ମଣବାଛପୁର ଗାଁରେ ଚୋରିର ଲିଙ୍କ୍‌ ଖବରପାଇ ଏକ କବାଡି ଖାନା ଉପରେ ଚଢ଼ାଉ କରିଥିଲେ ପୋଲିସ । ଏହାକୁ ସ୍ଥାନୀୟ ଲୋକେ ବିରୋଧ କରି ପୋଲିସ ସହ ଧସ୍ତାଧସ୍ତି କରିଥିଲେ ।

ଏପରିକି ପୋଲିସକୁ ଢେଲା ପଥର ମଧ୍ୟ ମାଡ଼ କରିଥିଲେ । ଏଥିରେ ୪ ପୋଲିସ ଆହତ ହୋଇଥିଲେ । ଏନେଇ ସଦର ଥାନାରେ ୧୫ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣ ମହିଳାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅନ୍ୟପଟେ ପୋଲିସ ସାଧା ପୋଷାକରେ ଥିବା ଜାଣି ନପାରି ଆକ୍ରମଣ କରିଥିବା କହିଛନ୍ତି ଗିରଫ ମହିଳା।

Leave A Reply

Your email address will not be published.