ଅନ୍‌ଲାଇନ୍‌ରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରିକୁ ବିରୋଧ, ସିଂହଦ୍ୱାର ଥାନାରେ Amazon ନାଁରେ ମାମଲା

ଅନ୍‌ଲାଇନ୍‌ରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରିକୁ ବିରୋଧ l ହୋମ ଡେଲିଭରି ସଂସ୍ଥା ଆମାଜନରେ ଅନ୍‌ଲାଇନ୍‌ ଯୋଗେ ଶ୍ରୀମନ୍ଦିରର ନିର୍ମାଲ୍ୟ ବିକ୍ରିକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି l ନିର୍ମାଲ୍ୟକୁ ମହାପ୍ରସାଦ ରୂପରେ ଭକ୍ତମାନେ ଗ୍ରହଣ କରୁଥିବା ବେଳେ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ଅଜାଣତରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି l

nirmalya

ଏପରିକି ଏହାକୁ ଚଢା ଦରରେ ବିକ୍ରି କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଆସିଛି l ଏଣୁ ଆମାଜନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ସେବାୟତ ଶମ୍ଭୁନାଥ ଖୁଣ୍ଟିଆ l ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏନେଇ ପଦକ୍ଷେପ ନେବାକୁ ଶମ୍ଭୁ ଦାବି କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.