ମଣିଷକୁ ପଶୁ ଇଞ୍ଜେକ୍‌ସନ ଦିଆଯିବା ଘଟଣା: ମହୁଲଡିହି ଥାନାରେ ମାମଲା ରୁଜୁ

କରଞ୍ଜିଆ(କେନ୍ୟୁଜ୍):ମଣିଷକୁ ପଶୁ ଇଞ୍ଜେକ୍‌ସନ ଦିଆଯିବା ଘଟଣାରେ ମହୁଲଡିହି ଥାନାରେ ମାମଲା ରୁଜୁ । ନକଲି ଡାକ୍ତରଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ପଶୁ ଇଞ୍ଜେକସନ ନେଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେପଟେ ନକଲି ଡାକ୍ତରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ରୋଗୀଙ୍କ ପରିବାର ।

ବିଶ୍ୱନାଥ ବେହେରା ନାମକ ଜଣେ ନକଲି ଡାକ୍ତର ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଗାଁକୁ ଆସି ଠାକୁମୁଣ୍ଡା ମେଡିକାଲର ଡାକ୍ତର ବୋଲି ପରିଚୟ ଦେଇଥିଲେ । ଏହି ସମୟରେ ରୋଗୀ ଶ୍ରୀକାନ୍ତ ମହାନ୍ତଙ୍କ ଅଣ୍ଟା ବିନ୍ଧା ହେଉଥିବାରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଇଞ୍ଜେକ୍‌ସନ ଦେଇଥିଲେ । ସେପଟେ ଘଟଣା ଦିନ ଏପରି ଜଣେ ଠକ ଡାକ୍ତରଙ୍କୁ ଗ୍ରାମବାସୀ ମହୁଲଡିହା ଥାନାରେ ଜିମା ଦେଇଥିଲେ ବି ଥାନା ପକ୍ଷରୁ ଏକ ରାଜିନାମା ଲେଖାଇ ଛାଡିବା ଅଞ୍ଚଳବାସୀ ବିରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.