ଅଡ଼ବା ଥାନାରେ ପଶି ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ୩ଶହ ଜଣଙ୍କ ନାଁରେ ମାମଲା ରୁଜୁ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ଅଡ଼ବା ଥାନାରେ ପଶି ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ୩ଶହ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗଞ୍ଜେଇ ଜବତ ପରେ ଜଣେ ଯୁବକଙ୍କୁ ଗିରଫ ପ୍ରତିବାଦରେ ଗତକାଲି ଅଡବା ଥାନା ଭିତରେ ଘଟିଥିଲା ଲଙ୍କାକାଣ୍ଡ । ପୋଲିସକୁ ମାଡ ମାରି ଥାନା ଭଙ୍ଗା ରୁଜା କରିଥିଲେ ଶତାଧିକ ଆଦିବାସୀ ।

ଏଥିରେ ପ୍ରାୟ ୯ଜଣ ପୋଲିସ କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାର ଲୋକେ ମଧ୍ୟ ଆହତ ହୋଇଛନ୍ତି । ଲୋକଙ୍କ ଆକ୍ରମଣ ଦ୍ୱାରା ଥାନାର ବିଭିନ୍ନ ଆସବାବ ପତ୍ର, କବାଟ, ଝରକା ମଧ୍ୟ ଭାଙ୍ଗିଛି । ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଛି ପୋଲିସ୍‌ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଥିବାରୁ ଥାନା ପରିସରରେ ୫ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.