ଗୋଟିଏ ରାତିରେ ଦୁଇଟି ସ୍ଥାନରୁ ଲୁଟ, ନଗଦଟଙ୍କା ଗହଣା, ମଟରସାଇକେଲ ଲୁଟି ଫେରାର

କେନ୍ୟୁଜ (ବ୍ୟୁରୋ): ଗୋଟିଏ ରାତିରେ ଦୁଇଟି ସ୍ଥାନରୁ ଦୁର୍ବୁର୍ତ୍ତ ଲୁଟିନେଲେ ସୁନାଗହଣା ,ନଗଦଟଙ୍କା, ମଟରସାଇକେଲ, ଓ କାଗଜପତ୍ର । ଗଜପତି ମୋହନା ଥାନା ଶିକୁଳିପଦର ପଞ୍ଚାୟତର ତଲାସିଂ ଗ୍ରାମର ତୁଳସା ନାୟକଙ୍କ ଘରେ ଗତକଲି ବିଳମ୍ବିତ ରାତି ପ୍ରାୟ ୧:୨୦ମିନିଟ ରେ ତିନି ଜଣ କଳାମୁଖା ଧାରି ଦୁର୍ବୁର୍ତ୍ତ କଵାଟ ଭାଙ୍ଗି ପସି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ କରିଛନ୍ତି । ଦୁର୍ବୃତ୍ତ ମାନେ ଧାରୁଆ ଖଣ୍ଡା ଓ ବନ୍ଧୁକ ଦେଖାଇ ନଗଦ ୨୦ହଜାର ଏବଂ ଗଚ୍ଛିତ ସୁନାଗହଣା ଲୁଟିନେଇ ଫେରାର ହୋଇଯାଇଛନ୍ତି ।

ଘରେ ସଜ୍ୟା ସାଇ ସ୍ବାମୀର ଚିକିତ୍ସା ପାଇଁ ତୁଲସା ଧାର କରି ୨୦ହଜାର ରଖିଥିଲେ । ସେହିଭଳି ଆର ଉଦୟଗିରି ଥାନା ପୁରୁଣାଢିଅ ଗ୍ରାମ ର ତ୍ରିଲୋଚନ ଭୂଆଁ ଯାଜପୁର ଜିଲ୍ଲା ବୋରି ବ୍ଳକରୁ ଅଫିସ କାମ ସାରି ଘରକୁ ବାଇକରେ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଛଅ ଜଣ ଦୁର୍ବୁର୍ତ୍ତ ଗୋଡାଇ ଗୋଡାଇ ପଥରଗଡ ଗ୍ରାମ ନିକଟରେ ଆକ୍ରମଣ କରି ଥିଲେ । ଭୁଜାଲି ଦେଖାଇ ନଗଦ ୮୪୦୦/-, ଦୁଇଟି ମୋବାଇଲ ଏବଂ ହୋଣ୍ଡା ସିବି ସାଇନ ବାଇକ ନଂ OD0751865 କୁ ଲୁଟିନେଇ କେଉଁ ଆଡେ ଚାଲିଯାଇଛନ୍ତି । ତେବେ ଲୁଟର ଶିକାର ହୋଇଥିବା ଦୁଇ ଜଣ ବ୍ୟକ୍ତି ଏନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.