ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ ଘଟଣା, ୪ ଲୁଟେରାଙ୍କୁ ଗିରଫ କଲା ପୋଲିସ

ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ ଘଟଣାରେ ୪ ଗିରଫ। ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳରୁ ୪ ଲୁଟେରାଙ୍କୁ ଗିରଫ କରିଛି କୋଣାର୍କ ଥାନା ପୋଲିସ। ସେମାନଙ୍କ ଠାରୁ ୨ଲକ୍ଷ ୨୯ହଜାର ଟଙ୍କା ଓ ୨ଟି ବାଇକ୍‌ ଜବତ ହୋଇଛି।

ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ ଘଟଣାରେ ୪ ଗିରଫ। ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳରୁ ୪ ଲୁଟେରାଙ୍କୁ ଗିରଫ କରିଛି କୋଣାର୍କ ଥାନା ପୋଲିସ। ସେମାନଙ୍କ ଠାରୁ ୨ଲକ୍ଷ ୨୯ହଜାର ଟଙ୍କା ଓ ୨ଟି ବାଇକ୍‌ ଜବତ ହୋଇଛି।

ଚଳିତ ମାସ ୪ତାରିଖରେ କୋଣାର୍କ ଥାନା ଯୁଣେଇ ବଜାରରେ ବନାଖଣ୍ଡି ଗାଁର ଅଜୟ କୁମାର ବରାଳଙ୍କ ଗାଡ଼ି ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ ହୋଇଥିଲା। ଏନେଇ କୋଣାର୍କ ଥାନା ଆଇଆଇସି ପଞ୍ଚାନନ ପରିଡ଼ାଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏଥିରେ ସଂପୃକ୍ତ ୪ଜଣ ଲୁଟେରାଙ୍କୁ ଆସ୍କା ଅଞ୍ଚଳରୁ ଗିରଫ କରିଛି।

ଅଭିଯୁକ୍ତମାନେ ଆସ୍କା ଗୋଣ୍ଡା ପଲ୍ଲୀର ଏ. ନରେଶ, ଆଦୁ କାନ୍ଦୁଲୁ ଓ ଠେଙ୍ଗା ପଲ୍ଲୀର ଏ ମୁରଲୀ, ଏ ଅଶୋକ ବୋଲି କହିଛନ୍ତି ପୁରୀ ଆଡିସିନାଲ ଏସପି। ପୋଲିସ ଜବତ କରିଥିବା ୨ଲକ୍ଷ ୨୯ ହଜାର ଟଙ୍କାକୁ ଅଜୟ ବରାଳଙ୍କୁ ହସ୍ତାନ୍ତର କରିଛି।