କାଜୁ ବ୍ୟବସାୟୀଙ୍କୁ ଅପହରଣ ! ଦୁର୍ବୃତ୍ତମାନେ କାରରେ ଉଠାଇ ନେଇଥିବା ଅଭିଯୋଗ

ଜୟପୁର: ଜୟପୁରରେ କାଜୁ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । କାଜୁ ବ୍ୟବସାୟୀ ଏ.କ୍ରିଷ୍ଣା ରାଓଙ୍କୁ ଦୁର୍ବୃତ୍ତମାନେ ଏକ କାର ଯୋଗେ ଉଠାଇ ନେଇଥିବା ପରିବାର ପକ୍ଷରୁ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗେଟଗୁଡ଼ା ନିକଟରୁ କ୍ରିଷ୍ଣା ରାଓଙ୍କ ସ୍କୁଟି ଓ ଚଷମା ଉଦ୍ଧାର କରିଛି ପୋଲିସ ।

ପ୍ରତିଦିନ ଭଳି ଗତକାଲି ମଧ୍ୟ ନିଜ ଗେଟଗୁଡା ସ୍ଥିତ ମିଲକୁ ଯାଇଥିବା ବେଳେ ଆଉ ଫେରିନଥିଲେ କ୍ରିଷ୍ଣା ରାଓ । ଅଭିଯୋଗ ଆଧାରରେ ଜୟପୁର ଥାନା ପୋଲିସ ତଦନ୍ତ କରୁଛି । ଘଟଣାକୁ ଗୁରୁତ୍ୱ ସହ ନେଇ କୋରାପୁଟ ଏସପି ରୋହିତ ବର୍ମାଙ୍କ ନେତୃତ୍ୱରେ ଏସଡିପିଓ ଜୟପୁର, ଆଡିସନାଲ ଏସପି, ଜୟପୁର ଟାଉନ ଓ ସଦରଥାନା ର ସ୍ୱତନ୍ତ୍ର ଟିମ ତଦନ୍ତ କରୁଛନ୍ତି । ସେପଟେ ଅପହୃତ କ୍ରିଷ୍ଣା ଙ୍କ ପୁଅ କହିଛନ୍ତି ତାଙ୍କ ବାପା ରାତି ୭ଟା ପର୍ଯ୍ୟନ୍ତ ମିଲରେ ଥିଲେ । ତାପରେ ତାଙ୍କର ପତ୍ତା ମିଳୁନାହିଁ ।

 

ଆହୁରି ପଢ଼ନ୍ତୁ : ନଗଦ ୨ ଲକ୍ଷ ଟଙ୍କା ସହ ଧରା ପଡିଲେ ଯାଜପୁର ଆରଡି ଜୁନିୟର ଇଂଜିନିୟର