ଅଡୁଆରେ ଓଲିଉଡ୍‌ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା: ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଜଣେ ଯୁବତୀ

ଭୁବନେଶ୍ୱର(କେନ୍ୟୁଜ୍): ଅଡୁଆରେ ଓଲିଉଡ୍‌ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସେ ଅଭିଯୋଗ କରିଛନ୍ତି, ବର୍ଷେ ହେଲା ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିଲେ । ଅଶ୍ଳୀଳ ଫଟୋ ରଖି ବ୍ଲାକମେଲ୍‌ କରୁଛନ୍ତି । ପ୍ରତିବାଦ କଲେ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଯୁବତୀ ।

ସୋସିଆଲ୍‌ ମିଡିଆରେ ଅଭିଯୋଗ କରିଥିଲେ ବି ଏନେଇ ପୋଲିସରେ ଏତଲା ଦେଇ ନାହାନ୍ତି ଯୁବତୀ । ସେହିପରି ଅଭିଯୋଗ ଉପରେ ଅକ୍ଷୟ ପରିଜାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲା ଆମ ଟିମ୍ । କିନ୍ତୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ସେ  ଥାନାରେ ଅଭିଯୋଗ କରି ନଥିବା ଜଣା ପଡିଛି । ଏପଟେ ନୟାପଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା। କେହି ଜଣେ ତାଙ୍କୁ ବଦନାମ କରିବା ପାଇଁ ଏଭଳି କରୁଛି ଏବଂ ତାଙ୍କୁ ଟଙ୍କା ମଗାଯାଉଥିବା ଏତଲା କପିରେ ଉଲେଖ କରିଛନ୍ତି ଅକ୍ଷୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.