ପ୍ରାଣୀଙ୍କୁ ନିରୋଗ ରଖିବାକୁ ଓଡିଶା ବନାଞ୍ଚଳ ପ୍ରକଳ୍ପର ପ୍ରୟାସ, ଚାଲିଛି ଟିକାକରଣ କାର୍ଯ୍ୟକ୍ରମ

(କେନ୍ୟୁଜ୍‌ ବ୍ୟୁରୋ) : ପ୍ରାଣୀଙ୍କୁ ନିରାଗ ରଖିବାର ବନସୁରକ୍ଷା ସମିତିର ବଢ଼ିଆ ପ୍ରୟାସ। ‘‘ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ’’ମଣଦା, ମାଧ୍ୟମରେ କୁରୁକୁଟିଆ ବନ ସୁରକ୍ଷା ସମିତିର ଗୋରୁ, ଗାଇ, ଛେଳି ମାନଙ୍କୁୁ ପ୍ରାଣୀଧନ କାର୍ଯ୍ୟାଳୟ ବିଶୋଇଙ୍କ ଦ୍ୱାରା ଟିକାକରଣ କରାଯାଇଅଛି। ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ନଳିନୀକାନ୍ତ ବେହେରାଙ୍କ ମାର୍ଗଦର୍ଶନରେ ମଣଦା ବନାଞ୍ଚଳ ଅଧିକାରିଣୀ ଧରିତ୍ରୀ ମୁର୍ମୁ ଓ ଗୋଷ୍ଠି ପଶୁଧନ ଅଧିକାରୀ ଶ୍ରୀଯୁକ୍ତ ନିଳକଣ୍ଠ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ବନସୁରକ୍ଷା ସମିତିର ପ୍ରତ୍ୟେକ ସମ୍ପଦର ମୂଲ୍ୟ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଅଛି। ପଶୁ ସମ୍ପଦ କେମିତି ନିରୋଗୀ ରହିବେ ଏବଂ ଚାଷୀମାନେ କିପରି ଭଲ ରୋଜଗାର କରିବେ ତାହା ତାଙ୍କ ଜୀବନ ଜୀବିକାର ଉନ୍ନତିରେ ସାହାଯ୍ୟ କରିବ ବୋଲି କାର୍ଯ୍ୟକ୍ରମର ଆୟୋଜକ ତଥା ମଣଦା କ୍ଷେତ୍ର ପରିଚାଳନା ସଂଯୋଜକ ଶ୍ରୀ ବିଜୟକେତନ ବିଶ୍ୱାଳ ମତ ପ୍ରକାଶ କରିଥିଲେ। ଏହି କର୍ଯ୍ୟକ୍ରମରେ ଶତାଧିକ ପଶୁ ସମ୍ପଦଙ୍କୁ ଟିକାକରଣ କରାଯାଇଥିଲା।

tikaଶିମିଳିପାଳ ପାଦଦେଶରେ ଅବସ୍ଥିତ ଏହି ବନସୁରକ୍ଷା ସମିତିର ସମସ୍ତ ପଶୁଧନଙ୍କୁ ନିରୋଗୀ ରଖିବା ଓ ଚାଷୀ ମାନଙ୍କର ପଶୁପାଳନ ପ୍ରତି ଆଗ୍ରହ ସୃଷ୍ଟି କରିବା ଯାହାଦ୍ୱାରା ସାଧାରଣ ଲୋକଙ୍କର ଜଙ୍ଗଲ ଉପରେ ଚାପ କମିବା ସହିତ ଜଙ୍ଗଲ ସଂରକ୍ଷଣରେ ଆଗ୍ରହ ଆଣିବା ହେଉଛି ମୂଳ ଲକ୍ଷ୍ୟ ବୋଲି ବନାଞ୍ଚଳ ଅଧିକାରୀ ଧରିତ୍ରୀ ମୁର୍ମୁ ମତ ଦେଇଥିଲେ। ଗୋଷ୍ଠି ପଶୁଧନ ଅଧିକାରୀ ଶ୍ରୀ ନିଳକଣ୍ଠ ଦାସ କହିଥିଲେ ଯେ ଏହି ଟିକାକରଣ ପଶୁ ସମ୍ପଦ ବିଭାଗ ଦ୍ୱାରା ହେଉଥିବାବେଳେ ଗ୍ରାମ ସ୍ତରରେ ଓଡିଶା ବନାଞ୍ଚଳ ଉନ୍ନୟ ପ୍ରକଳ୍ପର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସଫଳ ରୂପାୟନ ହୋଇପାରୁଛି ଏବଂ ବନାଞ୍ଚଳ ଅଧିକାରିଣୀଙ୍କ ସହଯୋଗରେ ସମସ୍ତ ଓଡିଶା ବନାଞ୍ଚଳ ଉନ୍ନୟ ପ୍ରକଳ୍ପ ଭିଏସଏସ ଗୁଡିକରେ ଏହି ଟିକାକରଣ କାର୍ଯ୍ୟ ହେବ।

କୁରୁକୁଟିଆ ବନ ସୁରକ୍ଷା ସମିତିର ସଭାପତି ଶ୍ରୀ ସୁସିଲ କୁମାର ମହାନ୍ତ, କୋଷାଧକ୍ୟ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତ, ବନ ସହାୟିକାକର୍ମୀ ଶ୍ରୀମତି ମୀନାକୁମାରୀ ମହାନ୍ତ, କୁରୁକୁଟିଆ ଗ୍ରାମର ବିଶ୍ୱାନାଥ ନାଏକ,ଅମରେଶ୍ୱର ନାଏକ, ରାଜେଶ ମହାନ୍ତ, କଳ୍ପନା ମହାନ୍ତ ଆଜି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଲଆଇ ମାନସିଂ ସୋରେନ ଟିକାକରଣ କରିବା ସହିତ ଅନ୍ୟାନ୍ୟ ରୋଗ ବାବଦରେ ଜନସାଧାରଣଙ୍କୁ ଅବଗତ କରିଥିଲେ। ରାଇରଙ୍ଗପୁର ବିଷୟ ଭିତ୍ତିକ ବିଶେଷଜ୍ଞ ଶ୍ରୀ ତ୍ରିଲୋଚନ ରାଏ, ଶ୍ରୀ ଲୋକନାଥ ସାହୁ ଏବଂ ମଣଦା ବନପାଳ ଶ୍ରୀ ମନୋରଞ୍ଜନ ନାଏକ ଏହି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। ତେବେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱାରା ଏହିପରି ଜୀବନ ଜୀବିକା ଉନ୍ନତିର ସାହାଯ୍ୟକାରୀ ପଦକ୍ଷେପକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.