ସିମୁଳିଆ ପୋଲିସ୍ ଦ୍ବାରା ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ: ୪୦ ରୁ ଅଧିକ ଗୋରୁ ଉଦ୍ଧାର, ୧୧ ଅଟକ

ସୋର(କେନ୍ୟୁଜ୍‌): ବାଲେଶ୍ବର ଜିଲ୍ଲା ସିମୁଳିଆ ପୋଲିସ୍ ଦ୍ବାରା ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ।  ସୂଚନା ମୁତାବକ, ଗତରାତିରେ ବେଆଇନ ଗୋରୁ ବୋଝେଇ କଣ୍ଟେନରର ପିଛା କରି ୧୬ ନମ୍ବର ଜାତୀୟ ରାଜପଥ ସୋର ବରଫ କଳ ଠାରୁ ଏକ କଣ୍ଟେନର ଜବତ କରାଯାଇଛି । ଯେଉଁଥିରେ ୪୦ ରୁ ଅଧିକ ଗୋରୁ ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ ହେଉଥିବା ଜଣାପଡିଛି । ଅନ୍ୟ ୨କଣ୍ଟେନର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଗୋରୁ ଗାଡିକୁ ସୁରକ୍ଷା ଦେଇ ଯାଉଥିବା ଦୁଇ ସ୍କର୍ପିଓକୁ ମଧ୍ଯ ପୋଲିସ ଜବତ କରିଛି। ଏଥିରେ ୧୧ଜଣଙ୍କୁ ପୋଲିସ୍ ସନ୍ଦେହରେ ଅଟକ ରଖିଛି । ଅମାନୁଷିକ ଭାବରେ ରାଜ୍ୟ ବାହାରକୁ ଗୋରୁ ଚାଲାଣ ପ୍ରତ୍ୟେହ ରାଜପଥରେ ହେଉଥିବା ବେଳେ ପ୍ରଶାସନ ସେମିତି ଆଖି ଦୃଶିଆ ପଦକ୍ଷେପ ନେଉନଥିବାର ଅଭିଯୋଗ ହେଉଛି।

ଜବତ ଗୋରୁ ମାନଙ୍କୁ ଉଦ୍ଧାର ପରେ ମଇତାପୁର ସ୍ଥିତ ରୁଦ୍ରାଶ୍ରମ ଗୋଶାଳାରେ ଛଡ଼ା ଯାଇଛି । ସେଥିମଧ୍ୟରୁ ୨ଟି ଗୋରୁ ମରିଯାଇଥିବାର ଜଣାପଡିଛି।