ଭଦ୍ରକ : ବେଆଇନ ଗୋ ଚାଲାଣ ବେଳେ ସନ୍ଥିଆରୁ ଧରା ପଡିଲା ଗୋରୁ ବୋଝେଇ ପିକଅପ ଭ୍ୟାନ । ୧୪ ଟି ଗୋମାତାକୁ ଉଦ୍ଧାର କଲା ଭଦ୍ରକ ଜିଲ୍ଲା ପୁରୁଣା ଵଜାର ପୋଲିସ। ଵନ୍ତ ରୁ ଏକ ପିକଅପ ଭ୍ୟାନ ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ସନ୍ଥିଆ ନିକରୁ ଧରିଲା ପୋଲିସ ।
ରାତିରେ ଗୋରୁ ବୋଝେଇ କରି ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଧରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। । ଏକ ଛୋଟିଆ ପିକ୍ଅପ୍ ଭ୍ୟାନ୍ରେ ଧାନ ବସ୍ତା ଭଳି ଲୋଡ୍ କରାଯାଇଥିଲା ୧୪ ଟି ଗୋରୁଙ୍କୁ ।
ତେବେ ଅତି ଦୟନୀୟ ଅବସ୍ଥାରେ ଗୋରୁ ମାନେ ଛନ୍ଦି ହୋଇ ଗାଡିରେ ଥିଲେ। ସମସ୍ତଙ୍କୁ ମୂମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଥିବା ପରିଲକ୍ଷିତ ହୋଇଛି । ସେମାନଙ୍କୁ ଗୋଶାଳାରେ ଛଡାଯିବ ବୋଲି ଆଆଇସି ନିରୋଜ ସାମଲଙ୍କ ଠାରୁ ସୂଚନା ମିଳିଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।