ଗୋ-ମାଫିଆଙ୍କ ଆତଙ୍କରାଜ୍: ବିରୋଧ କରିବାରୁ ଭାଙ୍ଗିଲେ ବାଇକ, ଦେଖାଇଲେ ବନ୍ଧୁକ ଓ ଭୁଜାଲି

ସୋର : ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଛକରେ ଶ୍ରୀଜଙ୍ଗଠାରେ ଗୋ ମାଫିଆଙ୍କ ଆତଙ୍କରାଜ । ବେଆଇନ ଗୋରୁ ଚାଲାଣକୁ ଲୋକମାନେ ବିରୋଧ କରିବାରୁ ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଢେଲାପଥର ମାଡ଼ ସହ ଗୁଳି ମାଡ଼ ହୋଇଛି । ଏହା ସହ ସାଧାରଣ ଲୋକଙ୍କ ଗାଡ଼ି ଜାଳି ଦିଆଯାଇଛି ।
ଗତକାଲି ବିଳମ୍ବିତ ରାତିରେ ବେଆଇନ ଗୋରୁ ଗାଡି ଚାଲାଣ ବେଳେ ଏପରି ଘଟଣା ଘଟିଛି । ଗୋ ମାଫିଆ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବାବେଳେ ଭୟଭୀତ ହୋଇ ଗୋରୁ ଗାଡି ରାସ୍ତା ପାର୍ଶ୍ଵରେ ଥିବା ଏକ ସେଲୁନ ଉପରେ ଚଢି ଯିବାରୁ ଦୋକାନ ସମ୍ପୂର୍ଣ ନଷ୍ଟ ହୋଇଛି । ଏହି ସମୟରେ ଗୋରୁ ମାଫିଆ ମାନେ ଆସି ଉପସ୍ଥିତ ଲୋକଙ୍କ ୫ ମଟରସାଇକେଲ ଓ ଏକ କାରକୁ ଭାଙ୍ଗିବା ସହ ବନ୍ଧୁକ ଦେଖାଇ ଗୋରୁ ଗାଡି ଛଡାଇ ନେଇଛନ୍ତି । ପରେ ଖନ୍ତାପଡ଼ା ପୋଲିସ ପହଂଚି ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ବେଳେ ସାଧାରଣ ଲୋକଙ୍କ ଦ୍ୱାରା ୩ ଜଣ ଅଟକଙ୍କୁ ପୋଲିସ ଜିମା ଦେଇଛନ୍ତି । ତେବେ ଲୋକଙ୍କ ଦ୍ୱାରା ନ୍ୟାୟ ଦାବିରେ ରାସ୍ତା ଅବରୋଧ କରାଯାଇଛି। ଖନ୍ତାପଡ଼ା, ସଦର ଓ ଟାଉନ ଥାନା ଆଇଆଇସି ଓ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଆହୁରି ପଢ଼ନ୍ତୁ : ଜେସିବି ଲଗାଇ ଏଟିଏମ ତାଡ଼ି ନେଲେ ଦୁର୍ବୃତ୍ତ