ରାଜଧାନୀରେ ମାତିଛନ୍ତି ଗୋରୁ ଚୋରି ମାଫିଆ, ସିସିଟିଭିରେ କଏଦ ହେଲା ଚୋରୀର ଦୃଶ୍ୟ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ମାତିଛନ୍ତି ଗୋରୁ ଚୋରି ମାଫିଆ । CCTVରେ କଏଦ ହୋଇଛି ଚୋରୀର ଦୃଶ୍ୟ। କେଶୁରା ବାଇପାସ ସ୍ଥିତ ବିଭିନ୍ନ ସ୍ଥାନରୁ ଗାଈ ଓ ଷଣ୍ଡ ଚୋରି ହେଉଥିବା ଅଭିଯୋଗ ହୋଇଛି ।

ରାତି ଅଧିଆ ଗାଈ-ଗୋରୁ ଚୋରୀ କରୁଥିବାର ଦୃଶ୍ୟ CCTVରେ କଏଦ ହୋଇଛି । CCTV ଭିଜୁଆଲ ସହ ଅନେକ ସମୟରେ କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବା ଭୁବନେଶ୍ୱରର ବିଭିନ୍ନ ଥାନାରେ ଅଭିଯୋଗ ହୋଇ ଆସୁଛି ।

ହେଲେ ଆଜି ଯାଏ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗୋ-ମାଫିଆଙ୍କ ଏଭଳି ଦୁଃସାହସ ବଢୁଛି ।

Leave A Reply

Your email address will not be published.