ବାର୍ଡ ଫ୍ଲୁ ଆଶଙ୍କାକୁ ଦୃଷ୍ଟିରେ ରଖି ଚିଲିକାରେ ସମ୍ପୂର୍ଣ୍ଣ ସଜାଗ ରହିଛି ବନ୍ୟ ପ୍ରାଣୀ ବିଭାଗ 

ଟାଙ୍ଗୀ: ବାର୍ଡ ଫ୍ଲୁ ଆଶଙ୍କାକୁ ଦୃଷ୍ଟିରେ ରଖି ଚିଲିକାରେ ସମ୍ପୂର୍ଣ୍ଣ ସଜାଗ ରହିଛି ବନ୍ୟ ପ୍ରାଣୀ ବିଭାଗ  । ଚିଲିକାର ନଳବଣ ଓ ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟରୁ ବନ୍ୟପ୍ରାଣୀ ବିଭାଗ ଓ ସ୍ଥାନୀୟ ପ୍ରାଣୀ ଚିକିତ୍ସାଧିକାରୀ ପ୍ରତି ବର୍ଷ ବାର୍ଡ ସାମ୍ପୁଲ କଲେକ୍ସନ କରି ଲ୍ଯାବକୁ ପଠାଇଥାନ୍ତି । ଏଥର ମଧ୍ୟ ଦୁଇ ତିନି ଦିନ ତଳେ ଚିଲିକା ବିଡ଼ିଓ, ବନ୍ୟପ୍ରାଣୀ ବିଭାଗ ଓ ସ୍ଥାନୀୟ ପ୍ରାଣୀ ଚିକିତ୍ସାଧିକାରୀ ଏକ ଟିମ୍ ଦ୍ଵାରା ସାମ୍ପୁଲ କଲେକ୍ସନ କରିଛନ୍ତି।

କିନ୍ତୁ କିଛି ଲକ୍ଷଣ ଥିବା ପକ୍ଷୀ ଚିହ୍ନଟ ହୋଇନାହାନ୍ତି। ତେବେ ପକ୍ଷୀ ଗଣନା ପରେ ପୁଣି ଥରେ ପକ୍ଷୀ ସାମ୍ପୁଲ କଲେକ୍ସନ କରାଯିବ । ରେଞ୍ଜରେ ସମସ୍ତ ଷ୍ଟାଫ୍ ସଜାଗ ଥିବା ବିଭାଗ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like