ରାଜ୍ୟ

ବନ୍ଧା ହେଲେ ସ୍ୱାସ୍ଥ୍ୟ ସଙ୍ଗଠନ ଅଧିକାରୀ, ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ସିବିଆଇ

ପାରାଦୀପ (କେନ୍ୟୁଜ): ଗିରଫ ହେଲେ ପାରାଦୀପ ପୋର୍ଟ ହେଲଥ ଅଫିସ ଡାକ୍ତର। ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ କରିଛି ସିବିଆଇ। ମାରାଥନ୍ ରେଡ୍ ବେଳେ ମିଳିଥିଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି। ଘର ଓ ଅଫିସ ସମେତ ୩ଟି ସ୍ଥାନରେ ରେଡ କରାଯାଇଥିଲା। ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରୁ ଜବତ ହୋଇଛି ବିଡ଼ା ବିଡ଼ା ଟଙ୍କାକୁ ବିଦେଶୀ ନୋଟ। ତା ସହ ଦାମୀ ମଦ ଓ ସିଗାରେଟ୍।

ଏକା ସାଙ୍ଗରେ ପାରାଦୀପର ତିନୋଟି ସ୍ଥାନ ଜେବିରେ ଥିବା ଘର,ହାଉସିଂବୋର୍ଡରେ ଥିବା ଘର ସମେତ ଭୂୟାଁ ଛକରେ ଥିବା ଅଫିସ ଘରେ ଚଢ଼ାଉ କରାଯାଇଥିଲା। ୫୦ ହଜାର ଟଙ୍କା ଲାଞ୍ଚ କାରବାର ବେଳେ ଗତକାଲି ମାଡିବସିଥିଲା ସିବିଆଇ। କୋଲକାତାର ଏମିଏନସ୍ସ ସିପିଂ ଏଜେନ୍ସି ଠାରୁ ନେଉଥିଲେ ୫୦ ହଜାର ଟଙ୍କା। ଗୋଟିଏ ଜାହାଜର ନାବିକ ମାନଙ୍କର ହେଲଥ୍ କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ସିପିଂ ଏଜେନ୍ସି ଠାରୁ ଜଣ ପିଛା ୧୫୦୦ ଟଙ୍କା ଦାବି କରିଥିଲେ ଡାକ୍ତର ଆର.ଏନ ପାଣିଗ୍ରାହୀ। ଏହାକୁ ନେଇ ସିବିଆଇ ନିକଟରେ ଏଜେନ୍ସି ଅଭିଯୋଗ କରିବା ପରେ ୫୦ ହଜାର ଟଙ୍କା ଦେବାକୁ ଡିଲ୍ ହୋଇଥିଲା। ଏଜେନ୍ସି ପକ୍ଷରୁ ଭୁଇଁଆ ଛକ ନିକଟ ପବ୍ଲିକ ହେଲଥ ଅଫିସରେ ଡାକ୍ତର ଆର ଏନ ପାଣିଗ୍ରାହୀଙ୍କୁ ଟଙ୍କା ଦେବା ବେଳେ ମାଡି ବସିଥିଲା ସିବିଆଇ। ।

Barsha

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

6 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

7 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

25 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

50 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

54 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

57 mins ago