ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ସୁରେନ୍ଦ୍ର ନାୟକକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର (କେନ୍ୟୁଜ): ଅନଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ ଓ ଉତ୍ପୀଡନ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ହେଲେ ଗିରଫ। ଢେଙ୍କାନାଳ ଜୁବୁଲି ଟାଉନ ଘରୁ ତାଙ୍କୁ ଗିରଫ କରିଛି ସିବିଆଇ। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସୁରେନ୍ଦ୍ର ନାୟକକୁ ହାଜର କରାଯାଇଛି । ଢେଙ୍କାନାଳର ଏକ ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ବେଆଇନ ଚାଇଲଡ୍‌ ପର୍ଣ୍ଣ ଓ ଆଡଲ୍ଟ ଫିଲ୍ମ ଲିଙ୍କ୍‌ରେ ସଂମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ଖବର ଅନୁସାରେମ, ଗତକାଲି ଠାରୁ ଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱରର ୫ ଜଣିଆ ସିବିଆଇ ଟିମ୍‌ ଜୁବଲୀଟାଉନର ଯଦୁପତି ନଗର କଲୋନୀ ସାହିର ସୁରେନ୍ଦ୍ରଙ୍କ ଘରେ ଅଚାନକ ଚଢଉ କରିଥିଲେ। ସେ ଆଡଲ୍ଟ ଫିଲ୍ମ ଲିଙ୍କ ପଠାଇ ବେଆଇନ ଭାବେ ଅର୍ଥ କାରବାରରେ ଲିପ୍ତ ଥିବା ଅଭିଯୋଗ ମଧ୍ୟ ରହିଛି। ଗତକାଲି ଚଢାଉ ସମୟରେ ସିବିଆଇ ଟିମ୍‌କୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ସିବିଆଇ ଅଧିକାରୀଙ୍କୁ ଠେଲାପେଲା କରିଥିଲେ କିଛିଲୋକ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

ମିଳିଥିବା ସୂଚନା ମୁତାବକ ଦୁଇ ମାସ ତଳେ ସୁରେନ୍ଦ୍ର ନାଏକ ଦେଶୀ ଏମ୍‌ଏମ୍‌ଏସ୍‌ ନାମକ ୱେବସାଇଟ୍‌ରେ ସଦସ୍ୟ ହୋଇଥିଲେ। ସେଥିରେ ଆସୁଥିବା ଅଶ୍ଲୀଳ ଭିଡିଓକୁ ଡାଉନ୍‌ଲୋଡ୍‌ କରି ନିଜେ କ୍ରିଏଟ୍‌ କରିଥିବା ହ୍ୱାଟ୍ସଆପ୍‌ ଗ୍ରୁପ୍‌ ଓ ଅନ୍ୟାନ୍ୟ ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରୁଥିଲେ। ସେଠାରେ ଯିଏ ଯେତେ ଭିଡ଼ିଓ ଦେଖିବ, ସେହି ହିସାବରେ ଟଙ୍କା ମିଳୁଥିଲା। ଦୁଇ ମାସରେ ତାଙ୍କୁ ୨୧ ଡଲାର ମିଳିଥିଲା।

Leave A Reply

Your email address will not be published.