CBI ହାତରେ MES ଇଲେକ୍ଟ୍ରିକାଲ ଜେଇ, ୩୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡିଲେ

ପାରାଦୀପ: ସିବିଆଇ ହାତରେ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ- ଏମ୍ଇଏସ୍ ର ଇଲେକ୍ଟ୍ରିକାଲ ଇଞ୍ଜିନିୟର। ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ରାଜୀବ ରଞ୍ଜନ ରେଡ୍ଡିଙ୍କୁ ଧରିଛି ସିବିଆଇ। ଠିକାଦାରର ୬ ଜଣ ପିଲାଙ୍କୁ କାମ ପାଇଁ ଅନୁମତି ଦେବାକୁ ସେ ଏହି ଲାଞ୍ଚ ନେଉଥିଲେ।
ପାରାଦୀପ କଲୋନୀରେ ଥିବା ଜେଇଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚାଲିଛି ରେଡ୍। ଆଗରୁ ମଧ୍ୟ ଯନ୍ତ୍ରୀ ରାଜୀବଙ୍କ ନାଁରେ ଲାଞ୍ଚ ନେବା ନେଇ ଅନେକ ଅଭିଯୋଗ ହୋଇଆସୁଥିଲା। ଠିକାଦାର ପବିତ୍ର ମୋହନ ପରିଡ଼ାଙ୍କ ଅଭିଯୋଗ କ୍ରମେ ସିବିଆଇ ଏହି ଚଢ଼ାଉ କରିଥିଲା। ତାଙ୍କ କାର୍ଯ୍ୟାଳୟ ଓ ବାସଭବନରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହସ୍ତଗତ ହୋଇଥିବା ସିବିଆଇ ସୂଚନା ଦେଇଛି ।