ଡେବ୍ରିଗଡ଼ରେ ମହାବଳ ଶିକାର ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ

ବରଗଡ଼ (କେନ୍ଯୁଜ୍) : ଡେବ୍ରିଗଡ଼ରେ ମହାବଳ ଶିକାର ମାମଲାରେ କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ । ଅଧିକ ଖୋଳତାଡ ପାଇଁ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି କ୍ରାଇମ୍‌ବ୍ରାଞ୍ଚ । ଏ ନେଇ କଳିଙ୍ଗ ଟିଭିକୁ କ୍ରାଇମ୍‌ବ୍ରାଞ୍ଚ STF ଆଇଜି   ଯତୀନ୍ଦ୍ର କୋଏଲ ସୂଚନା ଦେଇଛନ୍ତି ।

ଗତ ୨୭ ତାରିଖରେ ଭଟ୍‌ଲି ବ୍ଲକ ଦାମୋଦରପଡ଼ା ଗାଁ ନିକଟ ଜଙ୍ଗଲରୁ ଗଳିତ ମୃତଦେହ ଠାବ ହୋଇଥିଲା । ବାଘ ଶିକାର ପରେ ପୋତିଦିଆଯାଇଥିବା ଅଭିଯୋଗ ହୋଇଛି । ବାଘର ମୁଣ୍ଡ କାଟିବା ସହ ଦାନ୍ତ ଓ ନଖ ନେଇଯାଇଥିଲେ ଶିକାରୀ । କ୍ରାଇମବ୍ରାଞ୍ଚ ଏବେ ଘଟଣାର ତଦନ୍ତ କରୁଛି ।