ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଚରମ ଦାୟିତ୍ୱହୀନତା ନା ଯାନ୍ତ୍ରିକ ତ୍ରୁଟି ? ସତ ଖୋଜୁଛି ସିବିଆଇ

ବାହାନଗା ଟ୍ରେନ୍‌ ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଇପିସି ଓ ରେଳବାଇ ଆକ୍ଟର ବିଭିନ୍ନ ଧାରାରେ ରୁଜୁ କରାଯାଇଛି ମାମଲା । ପୂର୍ବରୁ ମାମଲା ରୁଜୁ କରିଥିବା ଜିଆରପିଠାରୁ ସିବିଆଇ ତଦନ୍ତ ଭାର ନେଇଛି ।

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଇପିସି ଓ ରେଳବାଇ ଆକ୍ଟର ବିଭିନ୍ନ ଧାରାରେ ରୁଜୁ କରାଯାଇଛି ମାମଲା । ପୂର୍ବରୁ ମାମଲା ରୁଜୁ କରିଥିବା ଜିଆରପିଠାରୁ ସିବିଆଇ ତଦନ୍ତ ଭାର ନେଇଛି । ସିବିଆଇ ସହ ତଦନ୍ତକାରୀ ଟିମରେ ସାମିଲ ଅଛନ୍ତି ସେଣ୍ଟ୍ରାଲ୍‌ ଫୋରେନସିକ୍‌ର କିଛି ସଦସ୍ୟ । ଚରମ ଦାୟିତ୍ୱହୀନତା ନା ଯାନ୍ତ୍ରିକ ତ୍ରୁଟି ? ନା ଟ୍ରିପଲ୍‌ ଟ୍ରେନ୍‌ ଟ୍ରାଜେଡି ପଛରେ ବଡ଼ ଷଡ୍‌ଯନ୍ତ୍ର ରହିଛି ? ଏଦିଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ମାମଲା ରୁଜୁ ପରେ ଗତକାଲି ସିବିଆଇର ୧୦ ଜଣିଆ ଟିମ୍‌ ବାହାନଗାର ଦୁର୍ଘଟଣାସ୍ଥଳରେ ସରଜମିନ୍‌ ତଦନ୍ତ କରିଥିଲେ ।

ବାହାନଗା ବଜାର ଷ୍ଟେସନର ଉତ୍ତର କ୍ୟାବିନ୍‌, ଦକ୍ଷିଣ କ୍ୟାବିନ୍‌, ସିଗନାଲ୍‌ ରୁମ୍‌, ଅପରେଟିଂ ସିଷ୍ଟମ, ରେକର୍ଡ ହୋଇଥିବା ଡାଟାର ଯାଞ୍ଚ କରିଥିଲେ । ସରକାରୀ ଷ୍ଟେସନ ମାଷ୍ଟର ଓ ଅନ୍ୟ ରେଳ କର୍ମଚାରୀଙ୍କୁ ପଚରାଉଚରା ହୋଇଛି । ଟ୍ରେନ୍‌ ଦୁର୍ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ନା ଚରମ ଦାୟିତ୍ୱହୀନତା ? ଦୁର୍ଘଟଣା ନା ଜାଣିଶୁଣି କେହି କରମଣ୍ଡଳକୁ ଦୁର୍ଘଟଣା ମୁହଁକୁ ଠେଲିଦେଲା ? ଇଣ୍ଟରଲକିଂ ସିଷ୍ଟମକୁ ପରିବର୍ତ୍ତନ ହେଲା କେମିତି ? ଯଦି ଷଡ୍‌ଯନ୍ତ୍ର କିଏ ସେହି ଷଡ୍‌ଯନ୍ତ୍ରକାରୀ ? କାହିଁକି ଏଭଳି ଷଡଯନ୍ତ୍ର କଲା ? ଖୁବଶୀଘ୍ର କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍‌ ଓ ସହକାରୀ ଲୋକୋ ପାଇଲଟ୍‌ଙ୍କୁ ଜେରା କରିପାରେ ସିବିଆଇ । ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ରେଳ କର୍ମଚାରୀଙ୍କୁ ଜେରା ପରେ ସ୍ପଷ୍ଟ ହେବ ଦୁର୍ଘଟଣା ପଛର ପ୍ରକୃତ କାରଣ ।

Leave A Reply

Your email address will not be published.