ବାରିପଦା ଆର୍‌ପିଏଫ୍‌ ଥାନାରେ ସିବିଆଇର ଚଢ଼ାଉ, ଲାଞ୍ଚ ନେଉଥିବା ବେଳେ ଇନିସପେକ୍ଟର ଓ କନଷ୍ଟେବଳ ଗିରଫ

ବାରିପଦା(କେନ୍ୟୁଜ୍): ବାରିପଦା ଆର୍‌ପିଏଫ୍‌ ଥାନାରେ ସିବିଆଇର ୨୦ ଜଣିଆ ଟିମ୍‌ର ଅଚାନକ ଚଢ଼ାଉ । ଲାଞ୍ଚ ନେଉଥିବା ବେଳେ ଆର୍‌ପିଏଫ୍‌ ଇନିସପେକ୍ଟର ଅମିତ କୁମାରଙ୍କ ସହ କନଷ୍ଟେବଳ ପ୍ରମୋଦ ମାରାଣ୍ଡି ଗିରଫ ହୋଇଛନ୍ତି । ରେଲେଓ୍ଵ ଜାଗାରେ ବହୁ ଦିନରୁ ଢ଼ାବା ଘର ଥିଲା। ସେମାନଙ୍କୁ ସେଠାରୁ ନ ଉଠିବା ପାଇଁ ଜଣେ ଢାବା ମାଲିକଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେତିକିବେଳେ ପୂର୍ବ ଯୋଜନା ଅନୁସାରେ ସେମାନଙ୍କୁ ଗିରଫ କରିଥିଲା ସିବିଆଇ ଟିମ୍‌। ଏହାପରେ ଆରପିଏଫ୍‌ କର୍ମଚାରୀଙ୍କ ଘରେ ବି ସିବିଆଇ ରେଡ୍‌ କରିଥିବା ସୂଚନା ମିଳିଛି।