ଏସ.ଆର ଆଲକୋଭେଦ ପ୍ରାଇଭେଟ ଲିମିଟିଡେ ଉପରେ CBI ଚଢଉ, ୧୪୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ

 କଟକ (କେନ୍ଯୁଜ୍):ଏସ.ଆର ଆଲକୋଭେଦ ପ୍ରାଇଭେଟ ଲିମିଟିଡେ ଉପରେ CBI ଚଢଉ । ବ୍ୟାଙ୍କରୁ ୧୪୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଚଢଉ କରିଛି CBI। ଜଗତପୁରରେ ଥିବା କାର୍ଯ୍ୟାଳୟରେ ଚଢଉ ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଏହି ସଂସ୍ଥା ଦୁଇଟି ବ୍ୟାଙ୍କରୁ ୧୪୦କୋଟି ଟଙ୍କା ଠକି ନେଇଛି । ଏହି ସଂସ୍ଥାର ଏମଡି ରଞ୍ଜନ କୁମାର ପାଢୀ ରହିଥିବା ବେଳେ ତାଙ୍କ ସ୍ତ୍ରୀ ସାଇନା କର ନିର୍ଦ୍ଦେଶକ ଅଛନ୍ତି ।

କମ୍ପାନୀ ବ୍ୟବସାୟ ବଢାଇବା ଆଳରେ କଟକ ବକ୍ସି ବଜାରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଖାରବେଳନଗରର ଆହ୍ଲାବାଦ ବ୍ୟାଙ୍କରୁ ଲୋନ୍‌ ପାଇଁ ଆବେଦନ କରିଥିଲେ । ତେବେ ଗ୍ୟାରେଣ୍ଟର ଥିଲେ ନୈନାଦେବୀର ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡ୍‌ ଓ ଚନ୍ଦ୍ରଘଣ୍ଟା ଆଇରନ୍‌ ଆଣ୍ଡି ଷ୍ଟିଲ ପ୍ରାଇଭେଟ ଲିମିଟେଡ୍‌ । ୨୦୧୩ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୪୦କୋଟି ଲୋନ୍‌ ଦେଇଥିବା ବେଳେ ଆହ୍ଲାବାଦ ବ୍ୟାଙ୍କ ୩୩କୋଟି ଟଙ୍କା ଲୋନ୍‌ ଦେଇଥିଲା । ତେବେ ଲୋନ୍‌ ଟଙ୍କା ନେବା ପରେ ମାସକୁ ମାସ ଟଙ୍କା ପୈଠ କରିନଥିଲେ ଅଭିଯୁକ୍ତ । ତେବେ ଏହି ଲୋନ୍‌ ବଢି ଏବେ ୧୪୦ କୋଟିରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.