ରେଳ ଅଧିକାରୀଙ୍କ ଘରେ CBI ରେଡ; ଦେଢ଼ କୋଟିରୁ ଅଧିକ ଟଙ୍କା ଓ ୧୭ କିଲୋ ସୁନା ଗହଣା ଜବତ

ଭୁବନେଶ୍ୱର (କେନ୍ୟୁଜ): ଅବସର ପ୍ରାପ୍ତ IRTS ଅଧିକାରୀ ପ୍ରମୋଦ କୁମାର ଜେନାଙ୍କ ଘରେ CBI ରେଡ । ଚଢ଼ଉ ସମୟରେ ତାଙ୍କ ଘରୁ ୧ କୋଟି ୫୭ ଲକ୍ଷ ଟଙ୍କା ସିବିଆଇ ଜବତ କରିଛି। ଏହାସହ ତାଙ୍କ ଘରୁ ୧୭ କିଲୋ ସୁନା ଅଳଙ୍କାର ଜବତ ହୋଇଛି। ମିଳିଥିବା ଗହଣାର ଆନୁମାନିକ ମୂଲ୍ୟ ୮.୫ କୋଟି ହେବ ବୋଲି କୁହାଯାଇଛି।

ବ୍ୟାଙ୍କ ଓ ପୋଷ୍ଟାଲରେ ରହିଛି ୨ କୋଟି ୫୦ ଲକ୍ଷ । ପ୍ରମୋଦ ଓ ତାଙ୍କ ପରିବାର ନାମରେ ବହୁ ପରିମାଣର ସମ୍ପତ୍ତି ଜବତ କରିଛି CBI ପ୍ରମୋଦ ୧୯୮୯ ମସିହା ବ୍ୟାଚ୍‌ର ଆଇଆର୍‌ପିଏସ୍‌ (ଇଣ୍ଡିଆନ୍‌ ରେଲୱେ ପର୍ସନେଲ୍‌ ସର୍ଭିସ୍‌) ଅଧିକାରୀ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.