ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣା, IAS ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସିବିଆଇର ଜେରା

ଭୁବନେଶ୍ବର : ଭୁବନେଶ୍ବରରେ ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ IAS ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ନୃସିଂହ ଶତପଥୀଙ୍କୁ ଜେରା କରିଛି ସିବିଆଇ । କୁଆଡେ କେତେବେଳେ ଯାଆନ୍ତି ସେନେଇ ପଚରା ଉଚୁରା କରିଛି ସିବିଆଇ । ଗତ ସାତ ତାରିଖ ଦିନ ବିଷ୍ଣୁପଦ କୁଆଡେ ଯାଇଥିଲେ ପଚାରିଲା ସିବିଆଇ । ନୃସିଂହଙ୍କ ସହ ଅନ୍ୟ ଦୁଇ ଡ୍ରାଇଭରଙ୍କୁ ମଧ୍ୟ ଜେରା କରିଛି ସିବିଆଇ ।

ଏହି ଘଟଣାରେ ias ଅଫିସର ବିଷ୍ଣୁପଦ ସେଠୀଙ୍କୁ ଦିଲ୍ଲୀର ସିବିଆଇରୁ ମଧ୍ୟ ସମନ ହୋଇଛି । ଗତ ୧୦ ତାରିଖରେ ସିବିଆଇ ସମନ ପଠାଇଥିଲା। ଟେଣ୍ଡର ଫିକ୍ସିଂରେ ଗିରଫ ତିନି ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା। ଏହି ମାମଲାରେ ବିଷ୍ଣୁପଦଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଛି ସିବିଆଇ। ତେବେ ଏନେଇ ବିଷ୍ଣୁପଦ ସେଠୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।