ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ଆସନ୍ତା କାଲି କୋଲକାତାରୁ ସିବିଆଇ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଓଡିଶା ଆସିବ

କେନ୍ୟୁଜ୍(ବ୍ୟୁରୋ):  ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଓ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ପରେ କାଲି ଭୁବନେଶ୍ୱର ଆସିପାରେ ସିବିଆଇ ଟିମ୍ । ଖୁବଶୀଘ୍ର ତ୍ୱରାନ୍ଵିତ ହେବ ସିବିଆଇ ତଦନ୍ତ । କୋଲକାତାରୁ ସିବିଆଇ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଓଡିଶା ଆସିବ ବୋଲି  ସୂଚନା ମିଳିଛି । ଅଭିଯୁକ୍ତ ବିବନ ବିଶ୍ୱାଳର ହେବ ଡାକ୍ତରୀ ମାଇନା । ତାସହ ଟିଆଇ ପରେଡ୍ ବି ହେବ ।

ଅଧିକ ଖୋଳତାଡ ପାଇଁ ବିବନକୁ ପୁଣେର ଆମ୍ବିଭାଲିକୁ ନେବ ସିବିଆଇ ଟିମ୍ । ସେଠାରେ କେବେଠାରୁ ଓ କିଭଳି ନାଁ ବଦଳାଇ ରହୁଥିଲା, ସେବାବଦରେ ତଥ୍ୟ ପ୍ରମାଣ ଯୋଗାଡ଼ କରିବ ତଦନ୍ତକାରୀ ଟିମ୍ । ଘଟଣାକୁ ଗମ୍ଭୀରତାର ସହ ନେଇଥିବା ବେଳେ କମିଶନରେଟ ପୋଲିସ ସହ ଯୋଗାଯୋଗରେ ଅଛନ୍ତି ସିବିଆଇ ଟିମ୍ । ୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ୨୨ବର୍ଷ ପରେ ଆମ୍ବିଭାଲିରୁ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ । ତାକୁ ବାନ୍ଧିଥିଲା କମିଶନରେଟ ପୋଲିସ ଟିମ୍ ।