ସିବିଏସଇ ପରୀକ୍ଷା ସୂଚୀ ପ୍ରକାଶ, ଫେବୃଆରି ୧୫ରୁ ଆରମ୍ଭ ହେବ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆସନ୍ତା ଫେବୃଆରି ୧୫ରୁ ଆରମ୍ଭ ହେବ। ୧୦ମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୨୦ରେ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୩୦ରେ ଶେଷ ହେବ। ଏନେଇ ସିବିଏସଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ପ୍ରତିଦିନ ସକାଳ ୧୦ଟା ୩୦ରୁ ଆରମ୍ଭ ହେବ। ପରୀକ୍ଷାର୍ଥୀ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବାଧ୍ୟତାମୂଳକ କରାଯାଇଛି। ସକାଳ ୧୦ଟାରୁ ସକାଳ ୧୦ଟା ୧୫ ମଧ୍ୟରେ ଉତ୍ତର ଖାତା ଓ ୧୦ଟା ୧୫ରେ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ୧୦ଟାରୁ ୧୫ରୁ ସାଢେ ୧୦ଟା ଯାଏ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ପଢିବେ। ପରୀକ୍ଷାର୍ଥୀ ଉତ୍ତର ଖାତାରେ ସେମାନଙ୍କ ସବିଶେଷ ତଥ୍ୟ ଲେଖିବେ। ଆସିଷ୍ଟାଣ୍ଟ ସୁପରିନଟେଣ୍ଡେଣ୍ଟମାନେ ତାକୁ ଯାଞ୍ଚ କରି ଦସ୍ତଖତ କରିବେ। ଉଭୟ ଶ୍ରେଣୀର ସବିଶେଷ ତଥ୍ୟ www.cbse.nic.inରେ ମିଳିପାରିବ। ପରୀକ୍ଷା ସୁପରିଚାଳନା ପାଇଁ ସିବିଏସଇ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।