କେନ୍ୟୁଜ୍(ବ୍ୟୁରୋ): କୋଭିଡ୍କୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସ୍ଇର ସ୍ପେଶାଲ ସ୍କିମ୍। ୨୦୨୧-୨୨ ଶିକ୍ଷା ବର୍ଷରେ ଦୁଇଟି ଟର୍ମରେ ବୋର୍ଡ ପରୀକ୍ଷା ଦେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ଏହାସହ ସିଲାବସ୍କୁ ତର୍କସଙ୍ଗତ କରାଯିବ। ପ୍ରତି ଟର୍ମ ଶେଷରେ ପରୀକ୍ଷା ହେବ ଏବଂ ପ୍ରତି ଟର୍ମରେ ରହିବ ୫୦ ପ୍ରତିଶତ ଲେଖାଏ ସିଲାବସ।
ସୂଚନା ମୁତାବକ ନଭେମ୍ବର-ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ -ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ। କେବଳ ଏହି ପରୀକ୍ଷା ନୁହଁ ଆଭ୍ୟନ୍ତରୀଣ ମୂଲ୍ୟାୟନ, ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ୱାର୍କକୁ ଗୁରୁତ୍ୱ ଦିଆଯିବ। ଏଥିଲାଗି ସ୍ୱତନ୍ତ୍ର ସ୍କିମ୍ ପ୍ରସ୍ତୁତ ହୋଇଛି। ଶିକ୍ଷା ବର୍ଷ ଆରମ୍ଭରୁ ହିଁ ଆଭ୍ୟନ୍ତରୀଣ ମୂଲ୍ୟାୟନର ତଥ୍ୟ ସଂଗ୍ରହ ହେବ। ନବମ ଓ ଦଶମ ଶ୍ରେଣୀ ପାଇଁ ୩ଟି ପିରିୟୋଡିକ୍ ଟେଷ୍ଟ ହେବ। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରତି ଟପିକ୍ ସରିବା ପରେ ୟୁନିଟି ଟେଷ୍ଟ ଦେବେ। ଆଭ୍ୟନ୍ତରୀୟ ମୂଲ୍ୟାୟନକୁ ଡିଜିଟାଲ ମୋଡ୍ରେ ସ୍କୁଲ କର୍ତ୍ତୃପକ୍ଷ ରଖିବେ। ଏହାକୁ ସିବିଏସ୍ଇର ଆଇଟି ପ୍ଲାଟଫର୍ମରେ ଅପଲୋଡ୍ କରିବେ। ଜୁଲାଇ ଶେଷ ସୁଦ୍ଧା ପରିବର୍ତ୍ତିତ ସିଲାବସର ବିଜ୍ଞପ୍ତି ଜାରି କରିବ ସିବିଏସ୍ଇ।.
ଆସୁଛି ଓ୍ଵାନ୍ ପ୍ଲସର ଧମାକେଦାର ଫୋନ୍ । ଯଦି ଆପଣ ଓ୍ଵାନପ୍ଲସ୍ ଲଭର୍ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…
ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା । ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…
ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…
ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…