ନିର୍ବାଚନ ମଇଦାନରେ ସିବିଏସଇ ଟପ୍ପର ରୁବି ବେହେରା, କେନ୍ଦ୍ରାପଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ କଲେ ନାମାଙ୍କନ ଦାଖଲ

କାକଟପୁର(କେନ୍ଯୁଜ୍): ନିର୍ବାଚନ ମଇଦାନରେ ସିବିଏସଇ ଟପ୍ପର । ସିବିଏସଇ ଟପ୍ପର ରୁବି ବେହେରା ଅସ୍ତରଙ୍ଗ ବ୍ଳକ କେନ୍ଦ୍ରାପଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ୨୦୧୮ ମସିହାରେ ପଞ୍ଜାବ ବୋର୍ଡରେ ୯୯ ପ୍ରତିଶତ ରଖିଥିଲେ ରୁବି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କାକଟପୁର ରିପୋର୍ଟର ଲୋକନାଥ ସ୍ୱାଇଁ ।
ସୂଚନା ଥାଉକି, ଆଜି ଚତୁର୍ଥ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ପାଇଁ ଚାଲିଛି ଦାଖଲ ପ୍ରକ୍ରିୟା। ଆସନ୍ତାକାଲି ନୋମିନେସନର ଶେଷ ଦିନ । ନାମାଙ୍କନ ଭରୁଛନ୍ତି ପ୍ରାର୍ଥୀ । ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ହୋଇଛି ଗାଁ ରାଜନୀତି । କୋଭିଡ ନିୟମ ମାନି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୫ ତାରିଖ ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।