ଭୁବନେଶ୍ୱର: ଗିରଫ ହେଲେ କୋଟିପତି କିରାଣୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

କେନ୍ୟୁଜ୍(ବ୍ୟୁରୋ):  ଗିରଫ ହେଲେ କୋଟିପତି କିରାଣୀ । ଭୁବନେଶ୍ୱର ଚିଫ୍‌ କଞ୍ଜରଭେଟର ଅଫ୍‌ ଫରେଷ୍ଟସ-ସିସିଏଫ ଅଫିସର ବରିଷ୍ଠ କିରାଣୀ ଦିଲ୍ଲୀପ ଜେନାଙ୍କୁ ଭିଜିଲାନ୍‌ସ ଗିରଫ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀପ ମୋଟ ୩ କୋଟି ଟଙ୍କାର ସଂପତ୍ତି ଠାବ ହୋଇଛି । ସେଭିତରୁ ଏକ କୋଟି ୫୬ ଲକ୍ଷ ଟଙ୍କାର ସଂପତ୍ତି ଆୟ ବହିର୍ଭୂତ ସଂପତ୍ତି ଥିବା ଜଣାପଡ଼ିଛି ।

ଗତକାଲି ଭିଜିଲାନ୍ସ ତାଙ୍କ ସରକାରୀ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଥିଲା । ଜାଗମରା ମଲ୍ଲିକ କଂପ୍ଲେକ୍ସରେ ଦିଲ୍ଲୀପଙ୍କ ଏକ ୪ ମହଲା କୋଠା ରହିଛି । ଯାହାର ମୂଲ୍ୟ ଏକ କୋଟି ୮ ଲକ୍ଷ ଟଙ୍କା । ସେହିପରି ଗାଡ଼ି ମୋଟର, ସୁନାଗହଣା, ଟଙ୍କା ଆଦି ୨ କୋଟିରୁ ଅଧିକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.