ଏଣିକି ଅଧିକ କଠୋର ହେବ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା: ରାଜ୍ୟର ୩୮ଟି ଆରଟିଓରେ ଲଗାଯିବ ସିସିଟିଭି କ୍ୟାମେରା

ଭୁବନେଶ୍ବର: ଏଣିକି ଅଧିକ କଠୋର ହେବ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା । ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ । ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ । ରାଜ୍ୟର ୩୮ଟି ଆରଟିଓରେ ସିସିଟିଭି କ୍ୟାମେରା ଲଗାଯିବ ।

ଭିଡିଓ ଫୁଟେଜ ଏସ୍‌ଟିଏ ଦ୍ୱାରା ପରିଚାଳିତ ହେବ । ଏଥି ସହ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନକାରୀ ଟଚ୍‌ସ୍କ୍ରିନ୍‌ କମ୍ପ୍ୟୁଟରରେ ପରୀକ୍ଷା ଦେବେ । ୨୦୨୧ ମାର୍ଚ୍ଚ ସୁଦ୍ଧା ଟଚ୍‌ସ୍କ୍ରିନ୍‌ କମ୍ପ୍ୟୁଟର ପ୍ରତ୍ୟେକ ଆରଟିଓରେ ରହିବ ।

କଟକ ଆରଟିଓ କେନ୍ଦ୍ରର ଏଲ୍‌ଏଲ୍‌ ଟେଷ୍ଟ ପାଇଲଟ୍‌ ବେସିସ୍‌ରେ ପବ୍ଲିକ୍‌ ଡୋମେନ୍‌ରେ ରହିବ । ଏହା ଦ୍ୱାରା ଜଣେ ବ୍ୟକ୍ତି ଘରେ ବସି ମଧ୍ୟ ଏଲ୍‌ଏଲ୍‌ ଟେଷ୍ଟରେ ଅନ୍ୟ ଜଣେ ବ୍ୟକ୍ତି କ’ଣ ପାଇଁ ବିଫଳ ହେଲେ ପାଣିପାରିବେ । ପୂର୍ବରୁ ଏଲ୍‌ଏଲ୍‌ ପରୀକ୍ଷା ପାଇଁ ୧୦ଟି ପ୍ରଶ୍ନ ରହିଥିବା ବେଳେ ଏବେ ତାହାକୁ ୨୦କୁ ବୃଦ୍ଧି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.