ବଲାଙ୍ଗିର ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ପୋଲିସ ତଦନ୍ତ ଜାରି

ବଲାଙ୍ଗିର :  ବଲାଙ୍ଗିର ମନୋଜ ନାଏକଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ। ହତ୍ୟାପରେ ଅଭିଯୁକ୍ତ ମାରଣାସ୍ତ୍ର ଧରି ଚାଲି ଚାଲି ଯାଉଥିବାର ସାମ୍ନାକୁ ଆସିଲା ଭିଡିଓ। ଗତକାଲି ରାତିରେ ବଲାଙ୍ଗିର ଟାଉନ ଥାନା ବିଷ୍ଣୁମୁଣ୍ଡାରେ ପାନ ଦୋକାନୀ ମନୋଜ ନାଏକଙ୍କୁ ହତ୍ୟା ପରର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ସେହି ଅଞ୍ଚଳର ଯୁବକ ମନୋଜଙ୍କୁ ହତ୍ୟା କରି ଫେରାର ହୋଇଯାଉଥିବା ବେଳ ସିସିଟିଭିରେ କଏଦ ହୋଇଛି। ବିଦ୍ୟୁତ ନଥିବାରୁ ଅନ୍ଧାର ହୋଇଥିବା ସମୟରେ ଦୋକାନ ଆଗରେ ମନୋଜକୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ମନୋଜକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଳ କଲେଜ ହସ୍ପିଟାଲକୁ ଅଣାଯାଇଥିଲା  l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ ତଦନ୍ତ ଜାରି ରଖିଛି ବଲାଙ୍ଗିର ଟାଉନ ଥାନା ପୋଲିସ।