ରାଜଧାନୀରେ ଯୁବକଙ୍କୁ ଅପହରଣ ପରେ ଆକ୍ରମଣ ଘଟଣା, ଆସିଲା ସିସିଟିଭି ଫୁଟେଜ

ଭୁବନେଶ୍ୱର : ରାଜଧାନୀରେ ଯୁବକଙ୍କୁ ଅପହରଣ ପରେ ଆକ୍ରମଣ ଘଟଣାରେ ଆସିଲା ସିସିଟିଭି ଫୁଟେଜ । ଏକ ବୋଲେରୋ ଗାଡିରେ ଯୁବକଙ୍କୁ ଅପହରଣ କରିନେଇଥିଲେ ଅଭିଯୁକ୍ତ । ଗାଡିର ନମ୍ବର ପ୍ଲେଟରେ ବ୍ଲାକ ଟେପ୍ ଲଗା ଯାଇଥିଲା । ଅପହରଣ କରିବା ପରେ ଯୁବକଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଗୋଡ଼କୁ ହାଣିବା ପରେ ଗୁଳିମାଡ କରିଥିଲେ ।

ଗତକାଲି ମଞ୍ଚେଶ୍ୱର ବରିମୁଣ୍ଡ କୁଆଖାଇ ନଦୀ ପଠାରେ ଘଟଣା ଘଟିଥିଲା । ଆହତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ଆହତ ବ୍ୟକ୍ତଙ୍କ ନାଁ ସନ୍ତୋଷ ପଣ୍ଡା । ସେ ଜଣେ ଜମି ବ୍ୟବସାୟୀ ବୋଲି ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ନନ୍ଦନକାନନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।