ପଟ୍ଟାମୁଣ୍ଡାଇ ଥାନାରେ ଗତ ମାସରେ ହୋଇଥିବା ହାଜତ ମୃତ୍ୟୁ ଘଟଣାର ନୂଆ ମୋଡ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍
ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନାରେ ଗତ ୧୮ ତାରିଖରେ ହୋଇଥିବା ହାଜତ ମୃତ୍ୟୁ ଘଟଣାର ନୂଆ ମୋଡ । ଏନେଇ ଏକ ସିସିଟିଭି ଭିଜୁଆଲ ସାମ୍ନାକୁ ଆସିଛି । ପୋଲିସ ମାଡ଼ରେ ନୁହଁ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଥାନାରେ ବସିଥିବା ବେଳେ ସୁଶାନ୍ତ ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ପକ୍ଷରୁ ଥାନା ଭିତରେ ସୁଶାନ୍ତ ମୃତ୍ୟୁର ସିସିଟିଭି ଭିଜୁଆଲ ଜାରି କରାଯାଇଛି । ପ୍ରଥମେ ପୋଲିସ ସୁଶାନ୍ତକୁ ଚେକ୍ କରି ହାଜତରେ ବସାଉଛି, କିଛି ସମୟ ପରେ ସୁଶାନ୍ତର ଦେହ ଅସୁସ୍ଥ ହେବାରୁ ତଳେ ପଡ଼ିଯାଇଥିବାର ଦୃଶ୍ୟ ସିସିଟିଭିରେ ରହିଛି । ଥାନାରେ ପୋଲିସ, ଗିରଫ ସୁଶାନ୍ତ ବେହେରାଙ୍କୁ ପିଟି ପିଟି ମାରି ଦେଇଥିବା ନେଇ ତୁମ୍ଭି ତୋଫାନ ହୋଇଥିଲା । ଯାହାକୁ ନେଇ ବିଳମ୍ବିତ ରାତି ଯାଏ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ଦାୟତ୍ୱ ଦିଆଯାଇଥିଲା ।