ଭୋର ସାଢେ ୩ଟା ସମୟରେ କୁଆଡେ ଯାଉଥିଲେ ମନିଷ ଅନୁରାଗ? ସିସିଟିଭି ଖୋଲିବ ଗୁମର

କେନ୍ୟୁଜ୍(ବ୍ୟୁରୋ):  ମନିଷ ଅନୁରାଗ ମୃତ୍ୟୁ ମାମଲାରେ ସାମନାକୁ ଆସିଲା ସିସିଟିଭି ଫୁଟେଜ । ୧୦ ତାରିଖ ଭୋର ୩ଟା ୨୯ ମିନିଟର ସମୟର ଫୁଟେଜ୍‌ । ଯେଉଁଥିରେ ଦେଖିବାକୁ ମିଳିଛି ମନିଷ ପାତ୍ରପଡ଼ା ଭଗବାନପୁର ହୋଟେଲ ସାଉଥ ସିଟିରୁ ଚାଲି ଚାଲି ବାହାରକୁ ଯାଉଛନ୍ତି । କିଛି ଦୂରରେ ଗୋଟିଏ ଧଳା ରଙ୍ଗର କାର୍‌ ଠିଆ ହୋଇଥିଲା ।

ତାଙ୍କ ଆଗେ ଆଗେ ଜଣେ ଲୋକ ଚାଲି ବି ଯାଉଥିଲେ । କୁହାଯାଉଛି, ଏହି ଫୁଟେଜ୍‌ ମୃତ୍ୟୁର କିଛି ଘଣ୍ଟା ପୂର୍ବର । ଅପରାହ୍ଣ ପାଖାପାଖି ୨ଟା ବେଳେ ତାଙ୍କର ମୃତଦେହ ନମ୍ରକାନି ପୋଖରୀରୁ ମିଳିଥିଲା । ସାଉଥସିଟି ହୋଟେଲରୁ ମୃତଦେହ ମିଳିଥିବା ପୋଖରୀର ଦୂରତା ପ୍ରାୟ ୫୦୦ ମିଟର । ତେଣୁ ସିସିଟିଭି ଫୁଟେଜରୁ ପୋଲିସକୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ସୁରାକ ।

Leave A Reply

Your email address will not be published.