ମାଟ୍ରିକ ପରୀକ୍ଷାକୁ ଆଉ ରହିଲା ମାତ୍ର ୪ଦିନ, ପରୀକ୍ଷା କେନ୍ଦ୍ର ଗୁଡିକରେ ଲଗାଗଲା ସିସିଟିଭି
![matric (1)](https://knewsodisha.com/wp-content/uploads/2020/02/matric-1-e1708164611523.jpg)
କେନ୍ୟୁଜ୍(ବ୍ୟୁରୋ): ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର ୪ଦିନ ବାକି । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷାକୁ କପିମୁକ୍ତ କରିବାକୁ ଅନେକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଲଗାଯାଉଛି । ପୁରୀ ଜିଲ୍ଲାରେ ମୋଟ ୧୧୫ଟି କେନ୍ଦ୍ରରେ ୨୧ ହଜାର ୩ଶହ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୧୧୫ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ମୋଟ ୪୨ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି । ଷ୍ଟ୍ରଙ୍ଗ ରୁମ ସହ ପ୍ରଶ୍ନପତ୍ର ଖୋଲାଯିବା ସ୍ଥାନରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି । େଓ୍ଵବ ଟ୍ରି ସଫ୍ଟେଓ୍ଵୟାର ସଂସ୍ଥାର କର୍ମଚାରୀ ମାନେ ଦିନରାତି ଏହି କାମରେ ନିୟୋଜିତ ଅଛନ୍ତି । ୧୭ ତାରିଖ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ ରହିଛି ।